ତାମିଲନାଡ଼ୁରେ ପ୍ରବଳ ବର୍ଷା: ରାସ୍ତାଘାଟ ଜଳାର୍ଣ୍ଣବ, ବନ୍ଧ ଉଛୁଳୁଛି

ତାମିଲନାଡ଼ୁରେ ପ୍ରବଳ ବର୍ଷା: ରାସ୍ତାଘାଟ ଜଳାର୍ଣ୍ଣବ, ବନ୍ଧ ଉଛୁଳୁଛି

ଚେନ୍ନାଇ : ଶନିବାର ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବା ଫଳରେ କେତେକ ଜିଲ୍ଲାରେ ବନ୍ଧ ଉଛୁଳିବା ସହ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ପ୍ରାୟ ସପ୍ତାହେ ହେଲା ତାମିଲନାଡ଼ୁରେ ବର୍ଷା ଲାଗିରହିଛି ଏବଂ ଆହୁରି କିଛିଦିନ ବର୍ଷା ହେବା ଆଶଙ୍କା ରହିଛି। ରବିବାର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଚେନ୍ନାଇରେ ଘଡ଼ଘଡ଼ି ସହ ବର୍ଷା ହୋଇଛି।

କୋଏମ୍ବାଟୁର ଜିଲ୍ଲାରେ ଥିବା ନଦୀବନ୍ଧ ଉଛୁଳିବା ସହ ରାସ୍ତାରେ ଆଣ୍ଠୁଏ ଉଚ୍ଚରେ ପାଣି ବହୁଥିବାର ଫଟୋ ଓ ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେନି, ଡିଣ୍ଡିଗୁଳ, ମଦୁରାଇ, ଶିବଗଙ୍ଗା ଓ ରାମନାଥପୁରମ୍ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା ଆଲର୍ଟ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ବଙ୍ଗୋପସାଗରର ଶ୍ରୀଲଙ୍କା ଉପକୂଳରେ ଲଘୁଚାପ ଘନୀଭୂତ ହେବା ଯୋଗୁ ଚେନ୍ନାଇର ଅନେକ ଅଞ୍ଚଳ ଓ ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିଛି। ଏ ବର୍ଷ ଉତ୍ତରପୂର୍ବ ମୌସୁମୀ ବାୟୁ ଯୋଗୁ ରାଜ୍ୟରେ ୨୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପ୍ରକାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe