India Today
କୋଏମ୍ବାଟୁର: ତାମିଲନାଡ଼ୁରେ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଛି। ରାଜ୍ୟରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି। କେବଳ କୋଏମ୍ବାଟୁର୍ରେ ୪ଟି ଘର ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। କୋଏମ୍ବାଟୁର୍ର ମେଟ୍ଟୁପଲାୟମ୍ ସ୍ଥିତ ନାଦୁର ଗ୍ରାମରେ ଏହି ଘଟଣା ଘଟିଛି। ନାଦୁର ଗ୍ରାମରେ ପ୍ରାୟ ୧୭ ଜଣ ସେମାନଙ୍କ ଘରେ ଶୋଇଥିବା ବେଳେ ଆଜି ଭୋର ୫.୩୦ରେ ସେମାନଙ୍କ ଘର ଭୁଶୁଡ଼ି ପଡ଼ିଥିଲା। ଫଳରେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ବାମୀ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଗତ ୩ ଦିନ ଧରି ତାମିଲନାଡ଼ୁରେ ପ୍ରବଳ ବର୍ଷା ଲାଗି ରହିଛି। ପୁଡ଼ୁଚେରୀରେ ଆଜି ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
Follow Us