ତ୍ରିପୁରାରେ ପ୍ରବଳ ବର୍ଷା, ୭୦୦୦ଘର ଭାଙ୍ଗିଲା

Advertisment
ତ୍ରିପୁରାରେ ପ୍ରବଳ ବର୍ଷା, ୭୦୦୦ଘର ଭାଙ୍ଗିଲା

Skymet Weather

ଅଗରତାଲା: ତ୍ରିପୁରାରେ ପ୍ରବଳ ବର୍ଷା ଯୋଗୁଁ ଗତ ୭୨ଘଣ୍ଟା ମଧ୍ୟରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ପ୍ରାୟ ୭,୦୦୦ଘର ଭାଙ୍ଗି ନଷ୍ଟ ହେଇଯାଇଥିବା ଜଣାପଡିଛି। ବର୍ଷାରେ ପଶ୍ଚିମ ତ୍ରିପୁରାର ମୋହନପୁର, ଜିରାନିଅ ଏବଂ ମଂଡବାଇରେ ବେଶି କ୍ଷୟକ୍ଷତି ଘଟିଛି। ମୋଟ ୭,୦୦୦ ବାସଗୃହ ମଧ୍ୟରୁ ୩୪୫୨ଟି ଘର ସମ୍ପୂର୍ଣ ନଷ୍ଟ ହୋଇଯାଇଛି I ଏଥିଯୋଗୁଁ ପ୍ରାୟ ୪୦୦୦ ପରିବାର ନିଜ ବାସଗୃହ ହରାଇଥିବା କୁହାଯାଇଛି I ରାଜ୍ୟର ଜରୁରିକାଳୀନ ସେବା କେନ୍ଦ୍ରର ସୂଚନା ଅନୁଯାୟୀ ୪୪୬୯ ପରିବାରକୁ ୩୨ ରିଲିଫ କ୍ୟାମ୍ପ୍‌ରେ ରଖାଯାଇଛି I   ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି  ପାଣିପାଗ ବିଭାଗ ଆଗୁଆ ସତର୍କ ସୂଚନା ଜାରି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe