ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ୭ ମୃତ, ସ୍କୁଲ୍‌ ବନ୍ଦ, ଭାସିଗଲା ପୋଲ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା: ୭ ମୃତ, ସ୍କୁଲ୍‌ ବନ୍ଦ, ଭାସିଗଲା ପୋଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ବିତ୍ପାତ କରୁଛି ମୌସୁମି ବାୟୁଜନିତ ବର୍ଷା। ରାଜଧାନୀ ଡେରାଡୁନ୍‌ରେ ବର୍ଷାଜନିତ ଦୁର୍ଘଟଣା ଯୋଗୁଁ ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ସତର୍କତାମୂଳକ ବ୍ୟବସ୍ଥା ଭାବେ ସ୍କୁଲ୍‌ ସବୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ଗାଳୁ ଥିବାରୁ ନଈ ବଢ଼ିବା ସହ ଅନେକ ସ୍ଥାନରେ ପୋଲ ଭାସି ଯାଇଥିବା ଜଣାପଡ଼ିଛି। ଆସନ୍ତା ତିନି ଦିନ ଧରି ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି।

ସାତ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଡେରାଡୁନ୍‌ର ସୀମା ଦ୍ୱାର ଠାରେ କୋଠାଘର ଭୁଶୁଡ଼ି ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦଲାନ୍‌ଓ୍ଵାଲା, ସାହସପୁର ଏବଂ ବାଲିଓ୍ଵାଲା ଠାରେ ଜଣେ ଲେଖାଏଁ ବନ୍ୟାରେ ଭାସି ଯାଇଛନ୍ତି।

ଭୂସ୍ଖଳନ ଯୋଗୁଁ ରାଜ୍ୟର କେତେକ ରାଜପଥ ଅବରୋଧ ହୋଇ ଯାଇଛି। ଫାକୋଟ ଏବଂ ଭିନ୍ନୁ ନିକଟରେ ଭୂସ୍ଖଳନ ହେବା ଫଳରେ ଚମ୍ବା ସହ ଋଷିକେଶକୁ ସଂଯୋଗ କରୁଥିବା୯୪ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ରାସ୍ତାରୁ ଅବରୋଧ ହଟାଇ ପୁଣି ଥରେ ରାସ୍ତା ଖୋଲା ଯିବାକୁ ଉଦ୍ୟମ କରାଯାଉଛି।

ଦକ୍ଷିଣ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅନର୍ଗଳ ବର୍ଷା ହେବାରୁ ପ୍ରବଳ ଜଳସ୍ରୋତ ନଈ ନାଳକୁ ପ୍ରବେଶ କରୁଛି। ବୁଧବାର ସକାଳେ ପ୍ରକାଶିତ ଫଟୋରୁ ନେପାଳ ସୀମାନ୍ତ ନିକଟରେ ଥିବା ପିଥୋରାଗଡ଼ ଠାରେ ପୋଲଟିଏ ଭାସି ଯାଇଥିବା ଦେଖାଯାଉଛି।

ଚମୋଲି, ପୌରି ଏବଂ ରୁଦ୍ରପ୍ରୟାଗ ଜିଲ୍ଲାଗୁଡ଼ିକରେ ବୁଧବାର ଦିନ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ ସମସ୍ତ ଅଧିକାରୀଙ୍କ ଛୁଟି ଓ ଛୁଟିଦିନ ବାତିଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe