ଦିଲ୍ଳୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା; ମୁମ୍ବାଇରେ ଜାରି ହେଲା ଅରେଞ୍ଜ୍‌ ଆର୍ଲଟ

Advertisment
ଦିଲ୍ଳୀ-ଏନ୍‌ସିଆର୍‌ରେ ପ୍ରବଳ ବର୍ଷା; ମୁମ୍ବାଇରେ ଜାରି ହେଲା ଅରେଞ୍ଜ୍‌ ଆର୍ଲଟ

www.indiatoday.in

ନୂଆଦିଲ୍ଳୀ: ରାଜଧାନୀ ଦିଲ୍ଲୀର ପାଣିପାଗ ଏକଦମ ସୁଖିଲା ଥିବାବେଳେ ମଙ୍ଗଳବାର ସକାଳୁ ଦିଲ୍ଳୀ-ଏନ୍‌ସିଆର୍‌ ଅଞ୍ଚଳର କିଛି ଅଂଶରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିବା ସୂଚନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜାଣିବାକୁ ମିଳିଛି ଯେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ ଓ ହରିଆଣାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ମୁମ୍ବାଇ ଓ ତା’ର ପଡ଼ୋଶୀ ଅଞ୍ଚଳରେ ବି ବର୍ଷା ହେବାର ଆକଳନ କରି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି କରିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଦେଶରେ ୫ଟି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ସୋମବାର ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମଧ୍ୟପ୍ର‌ଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଉକ୍ତ ରାଜ୍ୟ ଗୁଡ଼ିକରେ ଆଗାମୀ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ହାଇ ଆଲର୍ଟ ଜାରି ହୋଇଛି।

ଗୁଜରାଟରେ ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗୁଜରାଟରେ ଏଯାବତ୍‌ ବର୍ଷା ଏବଂ ବନ୍ୟା ଯୋଗୁ ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହେଲାଣି। ମାତ୍ର ୩ ଘଣ୍ଟାରେ ଅହମଦାବାଦରେ ୧୧୫ ମିମି ବର୍ଷା ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁ ‌୨ ଦିନ ମଧ୍ୟରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରର ଗଡ଼ଚିରୋଲିରେ ବନ୍ୟା ସ୍ଥିତି ଉପୁଜିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe