ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ । ପ୍ରବଳ ବର୍ଷାରେ ଧସିଲା ରାସ୍ତା । ଗଡିଗଲା ପାଚେରୀ । ଲଗାଣ ବର୍ଷା ପରେ ମୁମ୍ବାଇରେ ନାହିଁ ନଥିବା ପରିସ୍ଥିତି ଦେଖିବାକୁ ମିଳିଥିବା ବେଳେ ନଭି ମୁମ୍ବାଇରେ ସ୍ଥିତି ପୂରା ସଙ୍ଗୀନ୍ ହୋଇଛି । ପ୍ରବଳ ବର୍ଷା କାରଣରୁ ମାଟି ଧସିବା ସହ ଏକ ମାର୍କେଟ୍ କମ୍ପ୍ଲେକ୍ସରେ ଭୁଶୁଡି ପଡିଛି ପାଚେରୀ ।
ହଠାତ୍ ପାଚେରୀ ଭାଙ୍ଗି ଯିବା ପରେ ପାର୍କିଂ ହୋଇଥିବା ଅନେକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ତାସହ ଏବ ଚାରି ଚକିଆ ଗାଡ଼ି ମଧ୍ଯ ଦବି ଯାଇ ଅଧା ଢଳି ରହିଥିବା ଦେଖିବାକୁ ମିଳିଛି ।
#WATCH | Maharashtra: Part of the road caves in at Vashi Plaza Commercial Complex in Navi Mumbai during heavy rains. pic.twitter.com/FFTJBDhzw7
— ANI (@ANI) June 16, 2025
ଗାଡି ପାର୍କିଂ କରି ଲୋକେ କିଣାକିଣି କରିବାକୁ ଭସି ପ୍ଲାଜାକୁ ଆସିଥିବା ବେଳେ ହଠାତ୍ ମାଟି ଧସିଯିବାରୁ ସମସ୍ତ ଗାଡି କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ରରେ ଲଗାଣ ବର୍ଷା ଜାରି ରହିଥିବାରୁ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।
#WATCH | Maharashtra: Heavy rain lashes parts of Mumbai city; visuals from Powai. pic.twitter.com/CFoxbxJOiT
— ANI (@ANI) June 16, 2025
ସେପଟେ କର୍ଣ୍ଣାଟକରେ ବନ୍ୟା ପରିସ୍ଥିତି ଉପୁଜିଛି । ଚାରିଆଡ ପାଣି ପାଣି ହୋଇଛି । ରାସ୍ତାରେ, ଘରେ, ଅଫିସରେ ସବୁଠି ପଶିଛି ପାଣି । ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମାଙ୍ଗାଲୋର ସହର । ସ୍ଥିତି ଏମିତି ହୋଇଛି ବନ୍ୟା ଭଳି ପରିସ୍ଥିତି ଉପୁଜିଛି । ଜଳର ତାଣ୍ଡବ ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।
ଅଧିକ ପଢନ୍ତୁ-
ମାଙ୍ଗାଲୋରରେ ବନ୍ୟା ସ୍ଥିତି: ଚାରିଆଡେ ପାଣି... ପାଣି.. ଜଳବନ୍ଦୀ ଜୀବନ
ତେବେ ପ୍ରବଳ ବର୍ଷା ପରେ ରାସ୍ତା ନଈ ପାଲଟିଛି । କାର୍ ବୁଡିଛି, ବାଇକ୍ ଭାସି ଯାଇଛି, ଅଫିସରେ ପାଣି ପଶିଯାଇଛି । ପାଣିର ସୁଅ ଚାଲୁଥିବାରୁ ବିଭିନ୍ନ ଘର ଜଳବନ୍ଦୀ ହୋଇଛି ଆଉ ବାହ୍ୟ ଜଗତ ଠାରୁ ବିଚ୍ଛିନ୍ନ ହୋଇଛି । ରାସ୍ତା, ନଦୀ, ପୋଖରୀ ସବୁ ଏକାକାର ହେଇଯାଇଛି ।