ପ୍ରବଳ ବର୍ଷା ହେତୁ ବସ୍ ସେବା ବାଧାପ୍ରାପ୍ତ; ୧୦୦୦ ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

ଅନବରତ ବର୍ଷା ହେତୁ ଜଳରେ ଉବୁଟୁବୁ ହାଇଦ୍ରାବାଦ୍। ଓସ୍ମାନ ସାଗର ଏବଂ ହିମାୟତ ନଗର ଭଳି ଦୁଇଟି ପ୍ରମୁଖ ଜଳଭଣ୍ଡାରର ଗେଟ୍ ଉଠାଇ ଦିଆଯିବାରୁ ମୁସି ନଦୀର ଜଳ ପ୍ରବାହିତ ହେବା ପରେ ପୁରୁଣା ସହର ସମେତ ହାଇଦ୍ରାବାଦର ଅନେକ ଅଂଶ ବନ୍ୟାଗ୍ରସ୍ତ ହୋଇଛି।

New Project (13) (2)

ହାଇଦ୍ରାବାଦ୍‌: ଅନବରତ ବର୍ଷା ହେତୁ ଜଳରେ ଉବୁଟୁବୁ ହାଇଦ୍ରାବାଦ୍। ଓସ୍ମାନ ସାଗର ଏବଂ ହିମାୟତ ନଗର ଭଳି ଦୁଇଟି ପ୍ରମୁଖ ଜଳଭଣ୍ଡାରର ଗେଟ୍ ଉଠାଇ ଦିଆଯିବାରୁ ମୁସି ନଦୀର ଜଳ ପ୍ରବାହିତ ହେବା ପରେ ପୁରୁଣା ସହର ସମେତ ହାଇଦ୍ରାବାଦର ଅନେକ ଅଂଶ ବନ୍ୟାଗ୍ରସ୍ତ ହୋଇଛି।

ପ୍ରବଳ ବର୍ଷା ହେତୁ ତଳିଆ ଅଞ୍ଚଳ ପାଣି ଘେର ଭିତରେ ରହିଛି। ଲୋକମାନଙ୍କ ଜୀବନ ପ୍ରତି ବିପଦ ଥିବା ହେତୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଅଧିକାରୀମାନଙ୍କୁ ତୁରନ୍ତ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ସୁଦ୍ଧା ପ୍ରାୟ ୧୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଲାଣି।

ହାଇଦ୍ରାବାଦରେ ଲଗାତାର ଦ୍ୱିତୀୟ ଦିନ ପ୍ରବଳ ବର୍ଷା ହେବାର ଆଇଏମଡି ପୂର୍ବାନୁମାନ ପରେ, ମୁଖ୍ୟମନ୍ତ୍ରୀ ରେଡ୍ଡୀ ପୁଲିସ, ଟ୍ରାଫିକ ପୁଲିସ, ନାଗରିକ ସଂସ୍ଥା ଏବଂ ବିଦ୍ୟୁତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶୁକ୍ରବାର ବିଳମ୍ବିତ ରାତିରେ ରିଲିଫ୍ ଶିବିରକୁ ସ୍ଥାନାନ୍ତରିତ ହୋଇଥିବା ତଳିଆ ଅଞ୍ଚଳର ବାସିନ୍ଦାଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ମହାତ୍ମା ଗାନ୍ଧୀ ବସ୍ ଷ୍ଟେସନ (ଏମ୍‌ଜିବିଏସ୍‌) ରେ ବନ୍ୟା ପାଣି ପ୍ରବେଶ କରିବା ଫଳରେ ବସ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। 

ମଧ୍ୟରାତ୍ରିରେ ବନ୍ୟା ପାଣିରେ ବୁଡ଼ି ରହିଥିବା ଏମ୍‌ଜିବିଏସ୍‌ ବସ୍ ଷ୍ଟେସନରେ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ନିଆଯାଇଥିବା ରିଲିଫ୍ ପଦକ୍ଷେପର ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ସମୀକ୍ଷା କରିଥିଲେ। ରେଡ୍ଡି ଫୋନ୍ ମାଧ୍ୟମରେ ଅଧିକାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲେ, ସମସ୍ତ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe