ଭାରତରେ ତାଣ୍ଡବ ରଚୁଛି ଲଗାଣ ବର୍ଷା: ଅନେକ ସ୍ଥାନରେ ଜଳବନ୍ଦୀ ଜୀବନ, ସ୍ଥିତି ପୂରା ସଙ୍ଗୀନ୍

ଲଗାଣ ବର୍ଷାରେ ହିମାଚଳ ପ୍ରଦେଶର ହାଲ ବେହାଲ ହୋଇଥିବା ବେଳେ ଏବେ ବର୍ଷା ପାଇଁ ମଧ୍ୟପ୍ରଦେଶରୁ ରାଜସ୍ଥାନ, ମହାରାଷ୍ଟ୍ରରୁ ଗୁଜୁରାଟ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି

life stuck

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ହିମାଚଳ ପ୍ରଦେଶର ହାଲ ବେହାଲ ହୋଇଥିବା ବେଳେ ଏବେ ବର୍ଷା ପାଇଁ ମଧ୍ୟପ୍ରଦେଶରୁ ରାଜସ୍ଥାନ, ମହାରାଷ୍ଟ୍ରରୁ ଗୁଜୁରାଟ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ୨୦ ଜୁନ ଠାରୁ ଏମିତି ବର୍ଷାର ବିତ୍ପାତ ଦେଖିବାକୁ ମିଳିଥିବା ବେଳେ ଗତ ସପ୍ତାହେ ହେବ ସ୍ଥିତି ପୂରା ସଙ୍ଗୀନ ରହିଛି ।

ମଧ୍ୟପ୍ରଦେଶ ଭୋପାଳରେ ପାଣିର ସୁଅ ଖେଳୁଛି । ଲଗାଣ ବର୍ଷା ପରେ ଭୋପାଳ ରେଳ ଷ୍ଟେସନ ଅଞ୍ଚଳରେ ଜଳବନ୍ଦ ଅବସ୍ଥା । ପ୍ରାୟ ୩ ଫୁଟ ଉଚ୍ଚରେ ପାଣଇ ଜମିଛି ଏବଂ ଛୋଟ ବନ୍ୟାର ଭ୍ରମ ସୃଷ୍ଟି କରିଛି ।

ରାଜସ୍ଥାନରେ ସ୍ଥିତି ପୂରା ସଙ୍ଗୀନ୍ । ରାଜସ୍ଥାନ ପାଲିରେ ଜଳବନ୍ଦୀ ପାଇଁ ସହର ପୂରା ସମୁଦ୍ର ପାଟଲିଛି । ଯେଉଁଠି କାର୍ ଏବଂ ଟ୍ରାକ୍ଟର ଭଳି ଗାଡ଼ି ସବୁ ପାଣିରେ ଫସିଯାଇଛି । ମହାରାଷ୍ଟ୍ରରେ ବର୍ଷା ପରେ ଜଳବନ୍ଦୀ ସମସ୍ୟା ଲୋକଙ୍କୁ ଚିନ୍ତାରେ ପକାଇଛି ।

ଆସାମରେ ବର୍ଷା ପରେ ବନ୍ୟା ସ୍ଥିତି ଉପୁଜିବା ଫଳରେ ୧୬ ଦିନ ତଳେ ତିଆରି କରାଯାଇଥିବା ବାଉଁଶ ପୋଲ ଭାଙ୍ଗି ଭାସି ଯାଇଛି । ଅନେକ ସ୍ଥାନରେ ପାଣି ପାଇଁ ରାସ୍ତା ଧସିଯାଇଛି । ମଧ୍ଯପ୍ରଦେଶରେ ଲୋକେ ପାଣି ପାଇଁ ଘରୁ ବାହାରି ପାରୁ ନାହାନ୍ତି । ତେଣୁ ସେମାନେ ଜେସିବି ସାହାରାରେ ଘରୁ ସୁରକ୍ଷିତ ସ୍ଥାନକୁ ଯାତ୍ରା କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe