ଅଦିନିଆ ବର୍ଷାରେ ବେହାଲ ହେଲା ଆସାମ: ତ​ଳିଆ ଅଞ୍ଚଳରେ ବେକେ ପାଣି, ବାତିଲ ହେଲା ଅନେକ ସ୍କୁଲର ପରୀକ୍ଷା...

assam  flood

Photograph: (Sambad.in)

ଦିଶପୁର: ଅଦିନିଆ ବର୍ଷାରେ ବୁଡିଲା ଆସାମ । ଗତକାଲି ରାତିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ଆସି ସକାଳ ହେବା କ୍ଷଣି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ରାତିର ଲଗାଣ ବର୍ଷା ଫଳରେ ମଙ୍ଗଳବାର ସକାଳେ ଗୌହାଟୀରେ ରାସ୍ତାଘାଟ ଜଳମଗ୍ନ ହୋଇଛି । ଅନେକ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ତ​ଳିଆ ଅଞ୍ଚଳରେ ବେକେ ବେକେ ପାଣି ଜମିଥିବା ଦେଖିବାକୁ ମିଳିଛି । ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ସାଧାରଣ ଜୀବନ ପ୍ରଭାବିତ ହୋଇଛି ।

ଜୁ ରୋଡ୍, ନବୀନ ନଗର, ହାଚିଗାଓଁ, ଗଣେଶଗୁଡ଼ି, ଗୀତା ନଗର ଆଦି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖା ଦେଇଛି । ବର୍ଷା ଫଳରେ ଅନେକ ସ୍କୁଲରେ ପାଣି ପଶିଯାଇଥିବାର ଖବର ବି ଆସୁଛି । ତେବେ ସହରର ଅନେକ ସ୍ଥାନ ଜଳମଗ୍ନ ଥିବାରୁ ଅନେକ ସ୍କୁଲର ଇନଟରନାଲ୍ ପରୀକ୍ଷାକୁ ବାତିଲ କରାଯାଇଛି । 

ସେପଟେ ଗତକାଲି ଅଦିନିଆ ବର୍ଷାରେ ବେହାଲ ହୋଇଥିଲା ବେଙ୍ଗାଲୁରୁ । ପ୍ରବଳ ବର୍ଷା କାରଣରୁ ବେଙ୍ଗାଲୁରୁ ଜଳବନ୍ଦୀ ହୋଇଥିବା ବେଳେ ଆଜି ସେହି ପରିସ୍ଥିତି ଜାରି ରହିଛି । ଡ୍ରେନେଜ୍ ସମସ୍ୟା ପାଇଁ ଜ​ଳ ନିଷ୍କାସନ ହୋଇପାରୁ ନଥିବାରୁ ରାସ୍ତାରେ ଜମି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe