ହିମାଚଳପ୍ରଦେଶରେ ହାହାକାର: ବାଦଲ ଫଟା ବର୍ଷା ପରେ ବେହାଲ ଜୀବନ...

himachal

Photograph: (SAMBAD.IN)

ସିମଲା: ହିମାଚଳପ୍ରଦେଶର ସଙ୍ଗୀନ ସ୍ଥିତି । ପାଣିପାଗରେ ବଡ ପରିବର୍ତ୍ତନ ଯୋଗୁଁ : ହିମାଚଳରେ ହାହାକାର ଖେଳିଯାଇଛି । ପ୍ରବଳ ତୁଷାରପାତ ଏବଂ ବର୍ଷା କାରଣରୁ ସ୍ଥିତି ବେହାଲ ହୋଇଛି । ଗତ ତିନି ମାସ ଧରି ଗରମ ଏବଂ ଶୁଖିଲା ପାଗରୁ ସିନା ଟିକେ ଆରାମ ମିଳିଛି, କିନ୍ତୁ ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି, ଅସ୍ତବ୍ୟସ୍ତ ହୋଇଛି ।

ଚାମ୍ବା ସ୍ଥିତ ପାଙ୍ଗି କୋକ୍ରୋଲୁ ଗ୍ରାମରେ ତୁଷାରପାତ କାରଣରୁ ଜଣେ ପୋତି ହୋଇଥିଲେ ଏବଂ ସେହି ବ୍ୟକ୍ତିଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ । ବାଦଲ ଫଟା ବର୍ଷା କାରଣରୁ ନଦୀର ଜଳସ୍ତର ବଢି ।

ପ୍ରବଳ ବର୍ଷାରେ ୫୦୦ରୁ ଅଧିକ ସଡକ ବନ୍ଦ ହୋଇଛି । ୨୨୬୩ ଟ୍ରାନସଫରମର ଖରାପ ହୋଇଯାଇଛି ଏବଂ ୨୭୯ଟି ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ବର୍ଷା ସହ ପବନ ଲୋକଙ୍କୁ ଯନ୍ତ୍ରଣା ଦେଉଥିବା ସୂଚନା ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe