ବର୍ଷା ବିତ୍ପାତ: ମହାରାଷ୍ଟ୍ରରେ ୧୩ ମୃତ, ଗୁଜରାଟ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

Advertisment
ବର୍ଷା ବିତ୍ପାତ: ମହାରାଷ୍ଟ୍ରରେ ୧୩ ମୃତ, ଗୁଜରାଟ, ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମହାରାଷ୍ଟ୍ରର ସ୍ଥିତି ଅଧିକ ଖରାପ ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବିଭୀଷିକା ୧୩ ଜଣଙ୍କ ଜୀବନ ନେଇଛି। ମଙ୍ଗଳବାର ଏନ୍‌ଡିଆର୍‌ଏଫ୍‌ ହେଲିକପ୍ଟର ସାହାଯ୍ୟରେ ପାଣି ଘେରରେ ରହିଥିବା ୫୬୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ମୂଷଳଧାରାରେ ବର୍ଷା ହେବା ଫଳରେ ଶହଶହ ଘର କ୍ଷତିଗ୍ରସ୍ତ ହୋଇଛି। ବ୍ୟାପକ ଫସଲ ମଧ୍ୟ କ୍ଷୟକ୍ଷତି ହୋଇଛି। ସେହିଭଳି ପଶ୍ଚିମବଙ୍ଗର ସ୍ଥିତି ମଧ୍ୟ ଖରାପ। ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ୨୪ ପ୍ରଗଣା ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ତଳିଆ ଅଞ୍ଚଳର ପ୍ରାୟ ୩୫ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ, ରିଲିଫ ଓ ରନ୍ଧାଖାଦ୍ୟ ଯୋଗାଣ ଅବ୍ୟାହତ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାରାଠୱାଡ଼ା, ମୁମ୍ବାଇ, ମହାରାଷ୍ଟ୍ରର ଉପକୂଳବର୍ତ୍ତୀ କୋଙ୍କଣରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବର୍ଷା ଯୋଗୁଁ କୋଲକାତାରେ ଏକ ବିଲ୍‌ଡିଂ ଭୁଶୁଡ଼ି ପଡ଼ିଥିବାବେଳେ ହାଇଦ୍ରାବାଦରେ ନାଳରେ ପଡ଼ି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ବିହାରର ବେଗୁସରାଇରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe