ସିକ୍କିମରେ ପ୍ରବଳ ବର୍ଷା ଓ ଭୂସ୍ଖଳନ: ଗୋଟିଏ ପରିବାରର ୪ ମୃତ

ସିକ୍କିମରେ ଲଗାଣ ବର୍ଷା ବଡ଼ଧରଣର ଭୂସ୍ଖଳନ ଘଟାଇଛି। ଭୂସ୍ଖଳନ ଯୋଗୁଁ ଗ୍ୟାଲସିଂହ ଜିଲ୍ଲାରେ ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି।

fshfshfhfs

ଗ୍ୟାଙ୍ଗଟକ: ସିକ୍କିମରେ ଲଗାଣ ବର୍ଷା ବଡ଼ଧରଣର ଭୂସ୍ଖଳନ ଘଟାଇଛି। ଭୂସ୍ଖଳନ ଯୋଗୁଁ ଗ୍ୟାଲସିଂହ ଜିଲ୍ଲାରେ ଗୋଟିଏ ପରିବାର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏଥିରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବାବେଳେ ଜଣେ ନିଖୋଜ ଅଛନ୍ତି। ଗ୍ୟାଲସିଂହ ଏସ୍‌ପି ସେରିଂ ସେର୍ପା କହିଛନ୍ତି,  ଗୁରୁବାର ରାତିରେ ଅପର ରିମ୍ବି ଅଞ୍ଚଳରେ ଭୂସ୍ଖଳନ ବେଳେ ଉକ୍ତ ପରିବାରର ଲୋକ ଘରେ ଶୋଇଥିଲେ। ସେମାନେ କିଛି ଜାଣିବା ପୂର୍ବରୁ ମାଟି ଅତଡ଼ା ଓ ପଥର ଧସି ତାଙ୍କ ଘରେ ଉପରେ  ପଡ଼ିଥିଲା।

ଘରଟି ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିବା  ବେଳେ ସେମାନେ ଧ୍ବଂସାବଶେଷ ତଳେ ଚାପି ହୋଇଯାଇଥିଲେ। ପ୍ରବଳ ବର୍ଷା ସତ୍ତ୍ବେ ସିକ୍କିମ ପୁଲିସ, ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଯବାନ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨ ଆହତ ମହିଳାଙ୍କୁ ଗ୍ୟାଲସିଂହ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ହ୍ୟୁମ୍ ନଦୀରେ ପ୍ରବଳ ଜଳପ୍ରବାହ ସତ୍ତ୍ବେ ଅସ୍ଥାୟୀ ପୋଲ କରାଯାଇ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଜଣେ ୭ ବର୍ଷର ବାଳକକୁ ସେଠାରୁ ଜୀବନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଜଣେ ନିଖୋଜଙ୍କ ସନ୍ଧାନରେ ଏବେବି ଉଦ୍ଧାର କାର୍ଯ୍ୟ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe