Zee News
ଜମ୍ମୁ-କାଶ୍ମୀର: ହିମାଳୟ ପର୍ବତସ୍ଥିତ ବାବା ଅମରନାଥଙ୍କ ପବିତ୍ର ଗୁମ୍ଫା ନିକଟରେ ଆଜି ବାଦଲ ଫଟା ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁମ୍ଫାରେ କେହି ନଥିବାରୁ କେହି ମୃତାହତ ହୋଇନାହାନ୍ତି। ସୁରକ୍ଷାବଳ, ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ (ଏସ୍ଏଏସ୍ବି) ଏବଂ ଅନ୍ୟ ବିଭାଗର ଅସ୍ଥାୟୀ କ୍ୟାମ୍ପକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାରକାର୍ଯ୍ୟ ଏବଂ ସ୍ଥିତି ସଠିକ୍ ଆକଳନ କରିବାକୁ ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଫୋନ୍ କରି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। କରୋନା ମହାମାରୀ କାରଣରୁ ଅମରନାଥଙ୍କ ତୀର୍ଥଯାତ୍ରାକୁ ବାତିଲ କରି ଦିଆଯାଇଛି।
Follow Us