Heavy rains in Andhra: ଆନ୍ଧ୍ର, ତାମିଲନାଡ଼ୁରେ ପ୍ରବଳ ବର୍ଷା: ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ, ଟ୍ରେନ୍‌ ବାତିଲ

ବାତ୍ୟା ‘ମୋନ୍ଥା’ ୨୮ ତାରିଖରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି।

fshhsfhfsxbbvbv

ନୂଆଦିଲ୍ଲୀ: ବାତ୍ୟା ‘ମୋନ୍ଥା’ ୨୮ ତାରିଖରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାଠାରେ ସ୍ଥଳଭାଗ ଛୁଇଁବ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ସମେତ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ବାତ୍ୟା ଆନ୍ଧ୍ର ମୁହାଁ ହେଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହିତ ଫୋନରେ କଥା ହୋଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ ଅମରାବତୀ ଆରଟିଜିଏସ୍‌ଠାରେ ବାତ୍ୟା ସମୀକ୍ଷା କରିଛନ୍ତି। ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କହିବା ସହିତ ଘଣ୍ଟାକୁ ଘଣ୍ଟା ବାତ୍ୟାର ଗତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା ଓ ବନ୍ୟା ଆଶଙ୍କା ଥିବା ଅଞ୍ଚଳରେ ଆଗୁଆ ସତର୍କତା ମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ନଦୀବନ୍ଧ ସୁଦୃଢ଼ କରିବା ଏବଂ ଚାଷୀଙ୍କ ଫସଲ ଯେପରି ନଷ୍ଟ ନହେବ ସେନେଇ ଆଗୁଆ ପଦକ୍ଷେପ ନେବାକୁ କହିଛନ୍ତି।    

ଆଇଏମ୍‌ଡି ଆନ୍ଧ୍ରପ୍ରଦେଶର ୨୬ ଜିଲ୍ଲାରୁ ୨୩ ଜିଲ୍ଲା ପାଇଁ ରେଡ୍‌ ଓ ଅରେଞ୍ଜ ଆଲର୍ଟ ଜାରି କରିଛି। ‌ଏସ୍‌ପିଏସ୍‌ଆର୍‌ ନେଲ୍ଲୋର, ପ୍ରକାଶମ୍‌, ବାପଟ୍‌ଲା, କ୍ରିଷ୍ଣା, ପଶ୍ଚିମ ଗୋଦାବରୀ, , ଡ. ବି.ଆର୍‌. ଆମ୍ବେଦକର କୋନାସୀମା ଓ କାକିନାଡ଼ା ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଖୋଲାଯିବା ସହିତ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି। ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଅଣକାପଲ୍ଲୀରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।  

ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ, ଟ୍ରେନ୍‌ ବାତିଲ
ମୁଖ୍ୟମନ୍ତ୍ରୀ ନାଇଡ଼ୁଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ
୧୧ ଏନ୍‌ଡିଆରଏଫ୍‌, ୧୨ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମୁତୟନ
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ମନ୍ତ୍ରୀ ନର ଲୋକେଶ ବାତ୍ୟା ସ୍ଥିତି ଉପରେ ନଜର ରଖିଥିବାବେଳେ ସେମାନଙ୍କ ତତ୍ତ୍ବାବଧାନରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ହଜାରେରୁ ଅଧିକ ଲୋକଙ୍କୁ ଉପକୂଳ ଏବଂ ତଳୁଆ ଅଞ୍ଚଳରୁ ସ୍ଥାନାନ୍ତରଣ କରାଯାଇଛି। ୪୦୦ ରିଲିଫ କ୍ୟାମ୍ପ ପ୍ରତିଷ୍ଠା କରି ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସେଠାରେ ମହଜୁଦ ରଖାଯାଇଛି। ୧୧ଟି ଏନ୍‌ଡିଆର୍‌ଏଫ୍‌ ଏବଂ ୧୨ଟି ଏସ୍‌ଡିଆର୍‌ଏଫ୍‌ ଟିମ ମୁତୟନ କରାଯାଇଛି। ଏହାସହିତ ବିଦ୍ୟୁତ, ଜଳ ଏବଂ ମେଡିକାଲ ଟିମ୍‌କୁ ସତର୍କ ରଖାଯାଇଛି। ବେଳାଭୂମି ବନ୍ଦ କରାଯାଇଥିବାବେଳେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି। ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ପକ୍ଷରୁ ତଳୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଏବଂ ଓଡ଼ିଶା ଦେଇ ଚଳାଚଳ କରୁଥିବା ଏକାଧିକ ଟ୍ରେନ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe