ଆସାମରେ ପ୍ରବଳ ବର୍ଷା, ୮ ମୃତ

ଆସାମରେ ପ୍ରବଳ ବର୍ଷା, ୮ ମୃତ

India Today

ନୂଆଦିଲ୍ଲୀ : ଆସାମ, ମେଘାଳୟ, ତ୍ରିପୁରା, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ସମେତ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ସାଧାରଣ ଜନଜୀବନ ବାଧାପ୍ରାପ୍ତ ‌ହୋଇଛି। ପାଣିପାଗ ବିଭାଗ କହିଛି, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବର୍ଷା ଲାଗି ରହିବ। ଆସାମରେ ଲଗାଣ ବର୍ଷା‌ ‌ଯୋଗୁଁ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ୨୫ ଜିଲ୍ଲାରେ ପ୍ରାୟ ୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ଆସାମର ସବୁଠୁ ବଡ଼ ସହର ଗୌହାଟୀରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ୬ଟି ସ୍ଥାନରେ ଭୂସ୍ଖଳନ ଯୋଗୁଁ ଆସାମରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୨ ଶିଶୁଙ୍କର ଭୂସ୍ଖଳନରେ ମୃତ୍ୟୁ ‌ହୋଇଥିଲା। ସେହିପରି ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁଲିସ କର୍ମୀ ଅଛନ୍ତି। ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପ୍ରାୟ ୪୦୦ ପର୍ଯ୍ୟଟକ ଫସି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe