କେରଳରେ ପ୍ରବଳ ବର୍ଷା, ୧୧ ମୃତ: ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ

Advertisment

ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରି ନିକଟତର

ରାଜସ୍ଥାନରେ ତାପମାତ୍ରା ୫୦ ଡିଗ୍ରି ନିକଟତର

ଭୁବନେଶ୍ବର-କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା

Nagaland Post

ତିରୁବନନ୍ତପୁରମ: କେରଳରେ ପ୍ରବଳ ବର୍ଷା ଯୋଗୁଁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବର୍ଷାଜନିତ ବିଭିନ୍ନ ବିପର୍ଯ୍ୟୟରେ ଗତ ୧୫ ଦିନ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁମାନ କରିଛି। ଶନିବାର କେରଳର ୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ୟେଲୋ ଵାର୍ଣ୍ଣିଂ ତିରୁବନନ୍ତପୁରମ୍, କୋଲ୍ଲାମ, ଆଲାପୁଜା, ଏର୍ଣ୍ଣାକୁଲମ୍, କୋଝିକୋଡ଼, କନ୍ନୁର ଓ କାସରଗୋଡ଼ ଜିଲ୍ଲାରେ ଜାରି ହୋଇଛି। ଏହିସବୁ ଅଂଚଳରେ ୨୪ ଘଣ୍ଟାରେ ୬ରୁ ୧୧ ସେଣ୍ଟିମିଟିର ମଧ୍ୟରେ ବର୍ଷା ହେବା ସମ୍ଭାବନା ରହିଛି। କେରଳରେ ମେ ୯ରୁ ମେ ୨୩ ମଧ୍ୟରେ ବିଭିନ୍ନ ଦୁର୍ଘଟଣା, ବଜ୍ରପାତ ଓ ବୁଡ଼ିଯିବା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ରବିବାର ରାଜ୍ୟରେ ବର୍ଷା ସାମାନ୍ୟ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି ଏବଂ ଜଳାଶୟ ଏବଂ ଉପକୂଳ ଅଞ୍ଚଳରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ, ଅଗ୍ନିଶମ ବିଭାଗ, ପୁଲିସ ଓ ରାଜସ୍ୱ ବିଭାଗ ହାଇ ଆଲର୍ଟରେ ଥିବା ବେଳେ ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ (ଏନଡିଆରଏଫ)ର ଦୁଇଟି ଟିମ୍ ମୁତୟନ ହୋଇଛନ୍ତି।

ଅନ୍ୟପକ୍ଷରେ ଉତ୍ତର ଭାରତରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜସ୍ଥାନର ଚୁରୁ ଓ ବାର୍‌ମେରରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୯ ଡିଗ୍ରି ରେକର୍ଡ କରାଯାଇଛି। ଥାର୍‌ ମରୁଭୂମିର ପ୍ରବେଶ ଦ୍ୱାର ଭାବେ ପରିଚିତ ଚୁରୁ ରାଜ୍ୟର ଅନ୍ୟତମ ସର୍ବାଧିକ ଉତ୍ତପ୍ତ ସ୍ଥାନ ପାଲଟିଛି। ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ଧରି ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ଅନେକ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରି ଅତିକ୍ରମ କରିଥିବା ବେଳେ ରାଜସ୍ଥାନର ବାରମେର ସହରରେ ଆଜିର ତାପମାତ୍ରା ୪୮.୮ ଡିଗ୍ରି ଛୁଇଁଛି। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି। ଦିଲ୍ଲୀ, ପଂଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରି ଉପରେ ରହିବା ପରେ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଶେଷଜ୍ଞଙ୍କ ମତରେ ଆର୍ଦ୍ରତା ଅଧିକ ଥିବାରୁ ପ୍ରକୃତ ଅନୁଭୂତ ତାପମାତ୍ରା ୫୦ ଡିଗ୍ରି ସେଲସିୟସ ଅତିକ୍ରମ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe