କୋଲକାତା: ଗତକାଲି ରାତିସାରା ମୂଷଳଧାରାରେ ବର୍ଷା ହେବା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଆଜି ସକାଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଆଣ୍ଠୁଏ ପାଣି ଜମି ରହିବା ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। କୋଲକାତା ସମେତ ଆଖପାଖ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ସପ୍ତାହର ପ୍ରଥମ କାର୍ଯ୍ୟଦିବସରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆସନ୍ତାକାଲି ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ଆଜି ସକାଳ ୭ଟା ସୁଦ୍ଧା ସହରର ବିଭିନ୍ନ ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ରାସ୍ତା ଏବଂ ତଳିଆ ଅଞ୍ଚଳରେ ବର୍ଷାପାଣି ଜମି ରହିଛି। ଅନେକ ଦୁଇଚକିଆ ଏବଂ ଚାରିଚକିଆ ଯାନ ବର୍ଷା ପାଣିରେ ବୁଡ଼ି ରହିଛି। ଲଗାଣ ବର୍ଷା ଯୋଗୁଁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଲୋକେ ଘରୁ ବାହାରି ପାରି ନାହାନ୍ତି। ପ୍ରବଳ ବର୍ଷା କାରଣରୁ ଇଣ୍ଡିଗୋ, ସ୍ପାଇସ୍ଜେଟ୍ କମ୍ପାନି ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ବିଳମ୍ବରେ ବିମାନ ଚଳାଚଳ କରିଛନ୍ତି।
କୋଲକାତାରେ ପ୍ରବଳ ବର୍ଷା; ୧୪ ବର୍ଷର ରେକର୍ଡ ଭାଙ୍ଗିଲା
Advertisment
Follow Us