ପ୍ରବଳ ବର୍ଷା ଧୋଇଦେବ କୋଲକାତା ଦୁର୍ଗା ପୂଜା! ଚିନ୍ତାରେ ଆୟୋଜକ

Advertisment
ପ୍ରବଳ ବର୍ଷା ଧୋଇଦେବ କୋଲକାତା ଦୁର୍ଗା ପୂଜା! ଚିନ୍ତାରେ ଆୟୋଜକ

କୋଲକାତା: କୋଲକାତା ଏବଂ ଦକ୍ଷିଣ ପଶ୍ଚିମବଙ୍ଗ ଜିଲ୍ଲାର ଦୁର୍ଗା ପୂଜା ଚଳିତ ବର୍ଷ ବର୍ଷାରେ ଭିଜିବାର ସମ୍ଭାବନା ରହିଛି ବୋଲି ମଙ୍ଗଳବାର ଅପରାହ୍ନରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାରି ସତର୍କ ସୂଚନାରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୧ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ କୋଲକାତା ଏବଂ ଦକ୍ଷିଣ ପଶ୍ଚିମବଙ୍ଗ ଜିଲ୍ଲାର ଦୁର୍ଗା ପୂଜା ଚଳିତ ବର୍ଷ ବର୍ଷାରେ ଫିକା ପଡ଼ିଯିବାର ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଜିକେ ଦାସ କହିଛନ୍ତି ଯେ ଅକ୍ଟୋବର ୨ ତାରିଖରେ କୋଲକାତା ଏବଂ ଅନ୍ୟ ଦକ୍ଷିଣ ଜିଲ୍ଲାରେ ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚାରି ଦିନିଆ ଶାରଦୀୟ ପାର୍ବଣ ପର୍ବର ପ୍ରଥମ ଦିନ ମହାସପ୍ତମୀ ହେଉଛି ଅକ୍ଟୋବର ୨।

ଶ୍ରୀ ଦାସ କହିଛନ୍ତି, ଶାରଦୀୟ ପାର୍ବଣ ପର୍ବର ଚାରି ଦିନ ଯାକ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨ ତାରିଖରେ ଅତିପ୍ରବଳ ବର୍ଷା ଏବଂ ଏହା ପରେ ଅକ୍ଟୋବର ୫ ପର୍ଯ୍ୟନ୍ତ ପ୍ରବଳରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି।

ଅକ୍ଟୋବର ୧ରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ତୀବ୍ର ହୋଇପାରେ ବୋଲି ସେ କହିଛନ୍ତି। ଶାରଦୀୟ ପୂଜା ଆୟୋଜକମାନେ କହିଛନ୍ତି ଯେ ସେମାନେ ପାଣିପାଗ ବିଭାଗର ସତର୍କ ସୂଚନା ପରେ ପୂଜା ପଣ୍ଡାଲ ଏବଂ ଦେବୀ ମଣ୍ଡପର କାରୁକାର୍ଯ୍ୟକୁ ବର୍ଷାରୁ ବଞ୍ଚାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି। କୋଲକାତା କଲେଜ ସ୍କୋୟାର ପୂଜା କମିଟିର ସଂପାଦକ ବିକାଶ ମଜୁମଦର କହିଛନ୍ତି ଯେ ପ୍ରକୃତି ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ଆମେ ଆଶାରଖିଛୁ ଯେ ମା’ ଦୁର୍ଗା ନିଶ୍ଚିତ କରିବେ ଯେ ଆମେ ମହାମାରୀ ପୂର୍ବ ସମୟ ପରି ପୂଜାକୁ ଭବ୍ୟ ଢଙ୍ଗରେ ପାଳନ କରିପାରିବା ଏବଂ ଏଥିରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe