‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ଆଗରୁ ହଷ୍ଟନ୍‌ରେ ଲଘୁଚାପ ଯୋଗୁଁ ଅତି ପ୍ରବଳ ବର୍ଷା

Advertisment
‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ଆଗରୁ ହଷ୍ଟନ୍‌ରେ ଲଘୁଚାପ ଯୋଗୁଁ ଅତି ପ୍ରବଳ ବର୍ଷା

Image Source: IndiaTVnews

ହଷ୍ଟନ୍‌: ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦ ହଜାର ଭାରତୀୟ ବଂଶୋଦ୍ଭବ ଭାରତୀୟଙ୍କୁ ଭାଷଣ ଦେବା ପାଇଁ ମଞ୍ଚ ପ୍ରସ୍ତୁତି ହେଉଥିବା ବେଳେ ଗୋଟାଏ ଗ୍ରୀଷ୍ମମଣ୍ଡଳୀୟ ଲଘୁଚାପ ଯୋଗୁଁ ସେଠାରେ ଅତି ପ୍ରବଳ ବର୍ଷା ହେବାରୁ ଟେକ୍ସାସ୍‌ ପ୍ରଦେଶର କେତେଗୁଡ଼ିଏ ଅଞ୍ଚଳରେ ଗଭର୍ଣ୍ଣର୍‌ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି।

ଗୁରୁବାର ଦିନ ଗ୍ରୀଷ୍ମମଣ୍ଡଳୀୟ ଲଘୁଚାପ ‘ଇମେଲ୍‌ଡା’ ଟେକ୍ସାସ୍‌ରେ ଝଡ଼ବତାସ କରାଇବା ସହ ଭୀଷଣ ବନ୍ୟା, ବିଜୁଳି ସଂଯୋଗ ବିଚ୍ଛିନ୍ନ ଭଳି ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଟେକ୍ସାସ୍‌ର ଦକ୍ଷିଣପୂର୍ବ ଅଞ୍ଚଳର ଲୋକମାନଙ୍କୁ ଘରୁ ବାହାରିବାକୁ ବାରଣ କରାଯିବା ସହ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।

publive-image Business Today

ଦକ୍ଷିଣପୂର୍ବ ଟେକ୍ସାସ୍‌ର ୧୩ଟି କାଉଣ୍ଟିରେ ଟେକ୍ସାସ୍‌ ଗଭର୍ଣ୍ଣର୍‌ ଗ୍ରେଗ୍‌ ଏବୋଟ୍‌ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି।

ନ୍ୟାସ୍‌ନାଲ୍‌ େଓ୍ଵଦର୍‌ ସର୍ଭିସ୍‌ କହିଛି ଯେ ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି। ଫୋର୍ଟ ବେଣ୍ଡ୍‌, ହ୍ୟାରିସ୍‌ ଏବଂ ଗାଲ୍‌ଭେନ୍‌ଷ୍ଟନ୍‌ ଭଳି କାଉଣ୍ଟିରେ ପ୍ରତି ଘଣ୍ଟାରେ ୨ ରୁ ୩ ଇଞ୍ଚ ଯାଏଁ ଅଧିକ ବର୍ଷା ହେଉଛି।

ପ୍ରତିକୂଳ ପାଗ ସତ୍ତ୍ୱେ ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମ ସଫଳ ହେବ ବୋଲି ସ୍ୱେଚ୍ଛାସେବୀମାନେ କହିଛନ୍ତି। ନେତୃତ୍ୱ ନେଇଥିବା ସ୍ୱେଚ୍ଛାସେବୀ ଅଚଳେଶ ଅମର କହିଛନ୍ତି କାର୍ଯ୍ୟକ୍ରମକୁ ସଫଳ କରିବାକୁ ୧୫୦୦ ସ୍ୱେଚ୍ଛାସେବୀ ଦିନରାତି କାମ କରୁଛନ୍ତି। ରବିବାର ଦିନ ଆମର ଗୋଟାଏ ଚମତ୍କାର କାର୍ଯ୍ୟକ୍ରମ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe