Advertisment

Snow Storm: ଆମେରିକାର ପୂର୍ବ ଉପକୂଳରେ ପ୍ରବଳ ତୁଷାର ଝଡ଼, ୮୦୦୦ ରୁ ଅଧିକ ବିମାନ ବାତିଲ

Advertisment
New Project (7)

snow storm

ନ୍ୟୁୟର୍କ: ଆମେରିକାର ପୂର୍ବ ଉପକୂଳରେ ରବିବାରଠାରୁ ପ୍ରବଳ ତୁଷାର ଝଡ଼ ଯୋଗୁଁ ଜନଜୀବନ ଉପରେ ବ୍ୟାପକ ପ୍ରଭାବ ପଡ଼ିଥିବାବେଳେ ୮୦୦୦ରୁ ଅଧିକ ବିମାନ ବାତିଲ ହୋଇଛି। ନ୍ୟୁୟର୍କ ଓ ନ୍ୟୁଜର୍ସି ସମେତ ଅନେକ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସୋମବାର ମଧ୍ୟ ଆମେରିକା ଓ କାନାଡ଼ାର କେତେକ ଭାଗରେ ଶୀତକାଳୀନ ପ୍ରବଳ ତୁଷାର ଝଡ଼ ନେଇ ଚେତାବନୀ ଜାରି ହୋଇଥିବାବେଳେ ସମଗ୍ର ନ୍ୟୁୟର୍କ ସିଟି ହାଇ ଆଲର୍ଟରେ ରହିଛି। ଲୋକଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଗତ ୯ ବର୍ଷରେ ନ୍ୟୁୟର୍କରେ ଏପରି ଶୀତକାଳୀନ ତୁଷାର ଝଡ଼ ଆସି ନଥିଲା। ତୁଷାର ଝଡ଼ର ପ୍ରଭାବ ଉତ୍ତର କେରୋଲିନାଠାରୁ ଉତ୍ତର ମେନ୍‌ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି। କାନାଡାର ପୂର୍ବାଞ୍ଚଳ, ନୋଭା ସ୍କୋଟିଆ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ ୨ ଫୁଟ ଉଚ୍ଚତାରେ ତୁଷାରପାତ ହୋଇପାରେ ବୋଲି ଆମେରିକାର ନ୍ୟାସନାଲ ୱେଦର ସର୍ଭିସ ଚେତାବନୀ ଇେଛି। 

ଅତି ଜରୁରୀ ଆବଶ୍ୟକତା ନଥିଲେ ଲୋକଙ୍କୁ ବାହାରକୁ ନ ଯିବାକୁ କୁହାଯାଇଛି। ବିଦ୍ୟୁତ ସେବା ମଧ୍ୟ ପ୍ରଭାବିତ ହୋଇଛି। କେବଳ ନ୍ୟୁଜର୍ସିରେ ୯୦,୦୦୦ ଘରେ ବିଦ୍ୟୁତ ନାହିଁ। ଗତ ଜାନୁଆରିରେ ଆସିଥିବା ତୁଷାର ଝଡ଼ରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ଏକ ଦଶନ୍ଧି ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ନୋର ଇଷ୍ଟର ଝଡ଼ ଦ୍ବାରା ପ୍ରବଳ ତୁଷାରପାତ, ପବନ ଏବଂ ଉପକୂଳବର୍ତ୍ତୀ ବନ୍ୟା ଆସିବା ଆଶଙ୍କା କରାଯାଉଛି। ରବିବାର ଓ ସୋମବାର ୮୦୦୦ରୁ ଅଧିକ ବିମାନ ବାତିଲ ହୋଇଥିବା ୱାଲ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପକ୍ଷରୁ କୁହାଯାଇଛି। ରବିବାର ୩୫୦୦ ବିମାନ ବାତିଲ ହୋଇଥିଲା। ମାସାଚୁସେଟ୍ସରେ ପ୍ରବଳ ତୁଷାରପାତ ସହିତ ଘଣ୍ଟାକୁ ୭୫ ମାଇଲ୍ ବେଗରେ ପବନ ବହିବ ବୋଲି କୁହାଯାଇଛି। ଆମେରିକାରେ ପ୍ରାୟ ୫୪ ନିୟୁତ ଲୋକ ଏଥିରେ ପ୍ରଭାବିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe