YouTube
ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ଥଣ୍ଡା ସାଙ୍ଗକୁ ଜାରି ରହିଛି ତୁଷାରପାତ। ଦୁଇ ଦିନ ଧରି ଏଠାରେ ବରଫବର୍ଷା ହୋଇଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ତୁଷାରପାତରେ ଭରପୂର ମଜା ଉଠାଉଛନ୍ତି। ଉତ୍ତରାଖଣ୍ଡର ମସୁରୀରେ ପ୍ରବଳ ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
୧୯ବର୍ଷ ପରେ ସିମଲାରେ ଫେବ୍ରୁଆରୀ ମାସରେ ପ୍ରବଳ ତୁଷାରପାତ ହୋଇଛି । ଗତ ୧୨ଘଂଟାରେ ୫୭ସେଂଟିମିଟର ବରଫ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏପରିକି ରାସ୍ତା ଘାଟ, ଘର ଦ୍ୱାର ସବୁଆଡେ ଧଳା ବରଫର ଆସ୍ତରଣ ଜମିରହିଛି । କୁଲ୍ଲୁ, ଲାହଲ ସ୍ପିତି, କିନ୍ନୋର ସବୁଆଡେ ଜାରି ରହିଛି ତୁଷାରପାତ ।
The Indian Expressସିମଲାରେ ଲଗାତର ବରଫବର୍ଷା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ସିମଲା-କାଲକା ଟ୍ରେନରେ ବୁଲି ପ୍ରକୃତିର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପାହାଡ ଓ ଜଙ୍ଗଲ ଭିତରେ ଜମିରହିଛି ବରଫର ଆସ୍ତରଣ, ଏହାରି ଭିତରେ ଗତି କରୁଥିବା ଟ୍ରେନରେ ବୁଲୁଛନ୍ତି ପର୍ଯ୍ୟଟକ। ବରଫ ବର୍ଷା ସ୍ଥାନୀୟ ଲୋକଙ୍କ ସମସ୍ୟା ବଢାଇଥିବା ବେଳେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।
Follow Us