ଓଡ଼ିଶା ସମେତ ଦେଶର ୧୮ଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା: ଆଇଏମ୍‌ଡି

Advertisment
ଓଡ଼ିଶା ସମେତ ଦେଶର ୧୮ଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା: ଆଇଏମ୍‌ଡି

ନୂଆଦିଲ୍ଲୀ: ପୂର୍ବ ଆକଳନର ୧୭ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଦେଶରେ ସକ୍ରିୟ ହୋଇପଡ଼ିଛି। ମୌସୁମୀର ପ୍ରଭାବରେ ଚଳିତ ସପ୍ତାହରେ ଓଡ଼ିଶା ସମେତ ଦେଶର ୧୮ଟି ରାଜ୍ୟରେ ପ୍ରବଳ ସହ ଗୋଟିଏ ଦୁଇଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ (ଆଏମ୍‌ଡି) ପକ୍ଷରୁ ଆଜି (ସୋମବାର) ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

ଆସନ୍ତା କାଲି (ମଙ୍ଗଳବାର) ଠାରୁ ଆସନ୍ତା ଶୁକ୍ରବାର ମଧ୍ୟରେ ଜମ୍ମୁ- କଶ୍ମିର, ତାମିଲନାଡ଼ୁ, ଆସାମ, ଗୌହାଟି ଓ ଗୁଜୁରାଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ପଶ୍ଚିମବଙ୍ଗ, ସିକିମ୍‌, ବିହାର, ଆସାମ ଓ ମେଘାଳୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଇଏମ୍‌ଡି ପକ୍ଷରୁ ଜାରି ଏହି ବୁଲେଟିନ୍‌ରେ କୁହାଯାଇଛି।

publive-image

ଅନ୍ୟପକ୍ଷରେ ରାଜ୍ୟରୁ ମୌସୁମୀ ବର୍ତ୍ତମାନ ପାଇଁ ବିଦାୟ ନେଇଛି ଏବଂ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତାକୁ ଅସ୍ୱୀକାର କରିଛି ଆଇଏମ୍‌ଡି। ଆଇଏମ୍‌ଡି ପକ୍ଷରୁ ଆଜି (ସୋମବାର) ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ଆସନ୍ତା ଶୁକ୍ରବାର ମଧ୍ୟରେ ଓଡ଼ିଶା ସମେତ ହରିୟାଣା, ଚଣ୍ଡୀଗଡ଼, ଛତିଶଗଡ଼, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରପୁରାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe