ପାର୍ବତ୍ୟାଞ୍ଚଳକୁ ବଳିଗଲା ଦିଲ୍ଲୀ ଶୀତ, ସର୍ବାଧିକ ତାପମାତ୍ରା ୯.୪ ଡିଗ୍ରି

Advertisment

ଘନ କୁହୁଡ଼ି ‌ଯୋଗୁଁ ୫୦୦ରୁ ଅଧିକ ବିମାନ ବିଳମ୍ବ, ୩୦ ଟ୍ରେନ୍ ବାତିଲ

ଘନ କୁହୁଡ଼ି ‌ଯୋଗୁଁ ୫୦୦ରୁ ଅଧିକ ବିମାନ ବିଳମ୍ବ, ୩୦ ଟ୍ରେନ୍ ବାତିଲ

ପାର୍ବତ୍ୟାଞ୍ଚଳକୁ ବଳିଗଲା ଦିଲ୍ଲୀ ଶୀତ, ସର୍ବାଧିକ ତାପମାତ୍ରା ୯.୪ ଡିଗ୍ରି

The Indian Express

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଜାଡ଼ରେ ଥରୁଛି। ଚଳିତ ଡିସେମ୍ବରରେ ଆଜି ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ପାର୍ବତ୍ୟାଞ୍ଚଳ ଅପ‌େକ୍ଷା ଦିଲ୍ଲୀରେ ବେଶୀ ଥଣ୍ଡା ଅନୁଭୂତ ହେଉଛି। ଦିଲ୍ଲୀରେ ଆଜି ସର୍ବାଧିକ ତାପମାତ୍ରା ୯.୪ ଡିଗ୍ରି ସେଲ୍‌ସିୟସ ରହିଛି। ସଫଦରଜଙ୍ଗ୍‌ରେ ଆଜି ଦିନ‌ ୨.୩୦ ରେ ତାପମାତ୍ରା ୯.୪ ଡିଗ୍ରି ରହିଥିଲା। ପାଲମରେ ତାପମାତ୍ରା ଥିଲା ୯ ଡିଗ୍ରି। ଦିଲ୍ଲୀ ଆଜି ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି। ୧୧୯ ବର୍ଷ ମଧ୍ୟରେ ଚଳିତ ଡିସେମ୍ବରରେ ଆଜି ଦିଲ୍ଳୀରେ ସବୁଠୁ ଅଧିକ ଶୀତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଆୟନଗର, ରିଜ୍‌ ଏବଂ ଲୋଧିରୋଡ୍‌ରେ ତାପମାତ୍ରା ଯଥାକ୍ରମେ ୭.୮, ୮.୪ ଏବଂ ୯.୨ ଡିଗ୍ରି ରହିଥିଲା। ଦିଲ୍ଲୀରେ ଗତ କିଛି ସପ୍ତାହ ଧରି ଶୀତ ଲହରି ଲାଗି ରହିଛି। ଲଗାତାର ୧୬ ଦିନ ଧରି ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ପାଣିପାଗ ଅଧିକାରୀ କହୁଛନ୍ତି ଯେ, ଦିଲ୍ଲୀରେ ଦିନରେ ସ୍ବାଭାବିକ ତାପମାତ୍ରା ‌‌ଯେତିକି ରହିବା କଥା ତା’ର ଅଧା ରହୁଛି।

ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି ହୋଇଛି। ଆହୁରି ୨ ଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ପ୍ରବଳ ଶୀତ ବଢ଼ିବ। ଅନ୍ୟପକ୍ଷେ ଘନ କୁହୁଡ଼ି ଘୋର ସମସ୍ୟା ସୃଷ୍ଟି କରିଛି। ଘନ କୁହୁଡ଼ି ଯୋଗୁଁ ଆଜି ସକାଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୫୦ ମିଟର ଦୂରତା ବ୍ୟବଧାନରେ ମଧ୍ୟ କିଛି ଦୃଶ୍ୟମାନ ‌ହେଉନଥିଲା। କୁହୁଡ଼ି ପାଇଁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଜି ଦିଲ୍ଲୀରେ ୫୩୦ ଟି ବିମାନ ବିଳମ୍ବ ଥିବାବେଳେ ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି ଏବଂ ୫ ଟି ବିମାନ ବାତିଲ କରାଯାଇଛି। ୩୦ଟି ଟ୍ରେନ୍‌ ମଧ୍ୟ ବାତିଲ କରାଯାଇଛି। ପ୍ରବଳ ଶୀତ ଲହରି ଯୋଗୁଁ ନଏଡ଼ା ଡିଏମ୍‌ ୩୧ ଏବଂ ୧ ତାରିଖରେ ସମସ୍ତ ସ୍କୁଲ୍‌ ବନ୍ଦ ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୯.୧୫ ଡିଗ୍ରି ସେଲ୍‌ସିୟର ‌ହେବାର ଅଛି। ଯଦି ସର୍ବାଧିକ ତାପମାତ୍ରା ୧୯.୧୫ ଡିଗ୍ରି ରହେ ତେବେ ଚଳିତ ଡିସେମ୍ବରରେ ୧୯୯୭ ପରେ ସବୁଠୁ ଅଧିକ ଶୀତ ହୋଇଛି ବୋଲି ଧରାଯିବ। ତେବେ ୧୯୦୧ ପରେ ଚଳିତ ଡିସେମ୍ବରରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇଁ ସବୁଠୁ ଅଧିକ ଶୀତ ହେବ ବୋଲି କୁହାଯାଉଛି। ୧୯୦୧ ଡିସେମ୍ବରରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୭.୩ ଡିଗ୍ରି ଥିଲା। ଶିମ୍‌ଲା ଅପେକ୍ଷା ଆଜି ଦିଲ୍ଲୀରେ ଅଧିକ ଥଣ୍ଡା ଅନୁଭୂତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe