Image Courtesy of Zee News
ୱାସିଂଟନ୍: ମୁଷ୍ଟିଯୁଦ୍ଧରେ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ କ୍ଷଣିକରେ ପରାସ୍ତ କରି ପାରିବେ ବୋଲି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ବିଦ୍ରୂପ କରି ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ସେଦିନ ‘ଟ୍ରିଲର୍ ଫାଇଟ୍ କ୍ଲବ୍’ରେ ଟ୍ରମ୍ପ୍ ଏବଂ ତାଙ୍କ ପୁଅ ଡୋନାଲ୍ଡ୍ ଟ୍ରମ୍ପ୍ ଜୁନିୟର୍ ଧାରାବିବରଣୀ ପ୍ରଚାର କରୁଥିଲେ। ଟ୍ରମ୍ପ୍ଙ୍କ ଏତାଦୃଶ ମନ୍ତବ୍ୟ ଶୁଣି ଉପସ୍ଥିତ ଜନସାଧାରଣ ହସି ଉଠିଲେ ସତ କିନ୍ତୁ, ତାଙ୍କ କଥାଟି ‘ଇଣ୍ଟର୍ନେଟ୍’ରେ ଆଲୋଡ଼ନ ସୃଷ୍ଟି କରିଛି।
Image Courtesy of Rap TVନଭେମ୍ବର ମାସରେ ୭୯ ବର୍ଷ ପ୍ରବେଶ କରୁଥିବା ବାଇଡେନ୍ଙ୍କୁ ୭୫ ବର୍ଷିୟ ଟ୍ରମ୍ପ୍ ଅନାୟାସରେ ପରାସ୍ତ କରିପାରିବେ ବୋଲି ଉକ୍ତ ଭର୍ଚ୍ୟୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ।
ଟେଲିଫୋନ୍ ଜରିଆରେ ସେ କହିଲେ, ପରିଣାମ ବିପଜ୍ଜନକ ହେବାର ସମ୍ଭାବନା ଥିବାରୁ ତାଲିମପ୍ରାପ୍ତ ମୁଷ୍ଟିଯୋଦ୍ଧାଙ୍କୁ ବାଦ ଦେଇ ମତେ ଯଦି ଆଉ କାହା ସହ ଲଢ଼ିବାକୁ କୁହାଯାଏ ତେବେ ମୋର ମନେହୁଏ, ଜୋ ବାଇଡେନ୍ଙ୍କ ସହ ମୁଁ ସହଜରେ ଲଢ଼ିପାରିବି। କାରଣ, ମୋର ଧାରଣା ସେ ଅତି ଚଞ୍ଚଳ ପରାସ୍ତ ହେବେ। ଅତି ଚଞ୍ଚଳ। ଆଉ ସେ ମଧ୍ୟ ବଡ଼ ଅସୁବିଧାରେ ପଡ଼ିଯିବେ। ଲଢ଼େଇର ପ୍ରାରମ୍ଭିକ କେତୋଟି ମୁହୂର୍ତ୍ତରେ ବାଇଡେନ୍ ହାରିଯିବେ।
Follow Us