ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡ଼େଙ୍କ ଜିଭ କାଟି ଆଣିବା ବ୍ୟକ୍ତିଙ୍କୁ ୧ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ କର୍ଣ୍ଣାଟକର ଅଲ୍ ଇଣ୍ଡିଆ ମଜ୍ଲିସ୍-ଏ-ଇତ୍ହାଦୁଲ ମୁସଲିମିନ୍(ଏଆଇଏମ୍ଆଇଏମ୍)ନେତା ଗୁରୁଶାନ୍ତ ପଟ୍ଟେଦାର କହିଛନ୍ତି। ମନ୍ତ୍ରୀ ହେଗଡ଼େ ଧର୍ମ ନିରପେକ୍ଷ ଲୋକଙ୍କୁ ଅପମାନିତ କରିଥିବା ଏବଂ ସମ୍ବିଧାନ ବଦଳାଇ ଦିଆଯିବ ବୋଲି କହିଥିବାରୁ ସେ ଏଭଳି ମନ୍ତବ୍ୟ ଦେଇଥିବା କହିଛନ୍ତି। ମନ୍ତ୍ରୀଙ୍କର ବିବୃତି ଦଳିତ, ମୁସ୍ଲିମ୍, ପଛୁଆ ବର୍ଗ ଓ ଧର୍ମ ନିରପେକ୍ଷ ଲୋକଙ୍କ ପାଇଁ ଅପମାନ ବୋଲି ଏଆଇଏମ୍ଆଇଏମ୍ ନେତା ଗୁରୁଶାନ୍ତ କହିଛନ୍ତି। ଜାନୁଆରି ୨୬ ତାରିଖ ମଧ୍ୟରେ ଯେଉଁ ବ୍ୟକ୍ତି ଏହି ଜିହ୍ଵା ଛେଦନ କାମ କରିପାରିବ ତାଙ୍କୁ ପୁରସ୍କାର ଦେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି କହିଛନ୍ତି। ଉଲ୍ଲେଖଯୋଗ୍ୟ କେନ୍ଦ୍ର କୌଶଳ ବିକାଶ ମନ୍ତ୍ରୀ ହେଗଡ଼େ ଗତ ରବିବାର କର୍ଣ୍ଣାଟକର କୁକାନୁରଠାରେ ଭାଷଣ ଦେଇ କହିଥିଲେ ଯେ, ସେମାନଙ୍କୁ ଆମେ ଧର୍ମ ନିରପେକ୍ଷ କହିପାରିବା ଯାହାଙ୍କର ବଂଶ ବୁନିଆଦର କୌଣସି ଠିକଣା ନଥିବ।
ହେଗଡ଼େଙ୍କ ଜିଭ କାଟିଲେ ମିଳିବ ୧ କୋଟି ପୁରସ୍କାର!
Advertisment
Follow Us