ଲକ୍‌ଡାଉନ୍‌ ଯୋଗୁଁ ଚୋରି କରି ଧରାପଡ଼ିଥିବା ବାଳକକୁ ସରକାରୀ ସହାୟତା ଦେବାକୁ ଆଦେଶ ଦେଲେ ଅଦାଲତ

ପୁରୁଣା ଭୁବନେଶ୍ୱର : ତାଲା ଭାଙ୍ଗି ଦୋକାନରୁ ଚୋରି, ଜଣେ ଗିରଫ

ପାଟନା: ଚୋରି କରି ଅଟକ ଥିବା ଜଣେ ୧୬ ବର୍ଷ ବାଳକକୁ ଛାଡ଼ି ଦେବା ସହ ତାକୁ ଓ ତା’ର ପରିବାରକୁ ଖାଦ୍ୟପେୟ ଓ ଲୁଗାପଟା ଯୋଗାଇ ଦେବାକୁ ନାଳନ୍ଦାର ଏକ ଅଦାଲତ ଶୁକ୍ରବାର ଦିନ ସ୍ଥାନୀୟ ପୁଲିସକୁ ଆଦେଶ ଦେଇଛନ୍ତି। କୋଭିଡ୍-୧୯ଜନିତ ଲକ୍‌ଡାଉନ୍ ଯୋଗୁଁ ଦିନ ଦିନ ଧରି ଖାଇ ନ ଥିବା ତା’ର ସାନଭାଇ ଓ ମାନସିକ ବିକାରଗ୍ରସ୍ତ ବିଧବା ମାଆଙ୍କ ପାଇଁ ସେ ଚୋରି କରିବାକୁ ବାଧ୍ୟ ହୋଇଥିବା କଥା ଜାଣିବା ପରେ ଅଦାଲତ୍ ଏ ଭଳି ଆଦେଶ ଦେଇଛନ୍ତି।

ଏହାଛଡ଼ା ରାଜ୍ୟ ସରକାରଙ୍କ ଠାରୁ ବାଳକଟିର ମାଆଙ୍କୁ ବିଧବା ଭତ୍ତା ବ୍ୟବସ୍ଥା କରାଇ ଦେବାକୁ ଅଦାଲତ ସମ୍ପୃକ୍ତ ଅଞ୍ଚଳର ବ୍ଲକ୍ ଉନ୍ନୟନ ଅଧିକାରୀଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ଜୁଡିସିଆଲ୍ ଅଫିସର୍ ମାନବେନ୍ଦ୍ର ମିଶ୍ର ସେଠାକାର ବ୍ଲକ୍ ଉନ୍ନୟନ ଅଧିକାରୀ ଆର୍ ପି ପ୍ରିୟଦର୍ଶୀଙ୍କୁ କହିଛନ୍ତି ଯେ ଗରିବମାନଙ୍କ ନିମନ୍ତେ ଥିବା ବାସଗୃହ ଯୋଜନାରେ ସେ ପରିବାରକୁ ସରକାରୀ ସହୟତା ଯୋଗାଇ ଦିଅନ୍ତୁ। ଯଥାଶୀଘ୍ର ସେ ବାଳକଟିକୁ ଆଧାର କାର୍ଡ ଓ ତା’ ପରିବାରକୁ ରେସନ୍ କାର୍ଡ କରାଇ ଦିଅନ୍ତୁ।

publive-image Image Source: Zee News

ପୁଲିସସୂତ୍ରରୁ ପ୍ରକାଶ ଯେ ସ୍ଥାନୀୟ ବଜାରରୁ କିଣାକିଣି କରୁଥିବା ଜଣେ ମହିଳାଙ୍କ ପର୍ସକୁ ସେ ବାଳକଟି ଝାମ୍ପି ନେଇଥିଲା। ବଜାରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ଦ୍ବାରା ଇସ୍‌ଲାମ୍‌ପୁରୁ ପୁଲିସ ସେ ବାଳକଟିକୁ ଠାବ କରି ବିହାରଶରିଫ୍ ଠାରେ ଥିବା ଜୁଭେନାଇଲ୍ କୋର୍ଟରେ ହାଜର କରାଇଥିଲା।

ବାପାଙ୍କ ମୃତ୍ୟୁହେବା ପରେ ମାଆ ମାନସିକ ଭାରସାମ୍ୟ ହରାଇଥିଲେ। ଘର ଚଳାଇବା ନିମନ୍ତେ ତାକୁ ସ୍ଥାନୀୟ ରେସ୍ତୋରାଁ, ଢାବା ଏବଂ ଲୋକମାନଙ୍କ ଘରେ କାମଦାମ କରିବାକୁ ପଡୁଥିଲା ବୋଲି ସେ ଅଦାଲତରେ କହିଥିଲା। କିନ୍ତୁ, ଲକ୍‌ଡାଉନ୍ ଯୋଗୁଁ ‌ତା’ ରୋଜଗାରର ସବୁ ବାଟ ବନ୍ଦ ହୋଇଯାଇଥିଲା ଏବଂ ପରିବାର ଭୋକଉପାସରେ କାଳାତିପାତ କରୁଥିଲେ। ଅନ୍ୟ ଉପ‌ାୟ ନ ପାଇ ସେ ଚୋରି କରିବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe