ପୁଣି ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଜଣ ଚାଇନା ନାଗରିକଙ୍କ ସହ ୫ ଜଣଙ୍କର ମୃତ୍ୟୁ

ପୁଣି ନେପାଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ଜଣ ଚାଇନା ନାଗରିକଙ୍କ ସହ ୫ ଜଣଙ୍କର ମୃତ୍ୟୁ

କାଠମାଣ୍ଡୁ: ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ଅଳ୍ପ ଦୂରରେ ଥିବା ନୁଆକୋଟସ୍ଥିତ ଶିବପୁରୀ ଜାତୀୟ ଉଦ୍ୟାନରେ ଆଜି ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଚାଇନାର ଚାରିଜଣ ପର୍ଯ୍ୟଟକଙ୍କ ସମେତ ମୋଟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ନେପାଳ ପୁଲିସ କହିଛି ଯେ ହେଲିକପ୍ଟରରେ ଚାଇନାର ଚାରିଜଣ ନାଗରିକଙ୍କ ସମେତ ମୋଟ ପାଞ୍ଚ ଜଣ ଲୋକ ଥିଲେ। ଏଥିସହିତ ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁଭାଷ ଝା କହିଛନ୍ତି ଯେ ଏୟାର ଡାଇନେଷ୍ଟିର ୯ଏନ-ଏଜେଡି ହେଲିକପ୍ଟର କାଠମାଣ୍ଡୁରୁ ରାସୁୱା ଅଭିମୁଖେ ଦିନ ୧:୫୪ ରେ ଉଡ଼ାଣ କରିଥିଲା । ତେବେ ଏହା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା | ନେପାଳ ପୁଲିସ ଏ ବାବଦରେ ଏକ ବିବୃତ୍ତି ଜାରି କରିଛି। କାଠମାଣ୍ଡୁରୁ ରାସୁୱା ଅଭିମୁଖେ ଯାତ୍ରା କରୁଥିବା ଏୟାର ଡାଇନେଷ୍ଟିର ୯ଏନ-ଏଜେଡି ହେଲିକପ୍ଟର ନୁଆକୋଟର ଶିବପୁରୀ ଜିଲ୍ଲାରେ ଦୁର୍ଘଟଣାର ଶିକାର ହୋଇଥିଲା |

ନେପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଉଲ୍ଲେଖ ଥାଉ କି କିଛିଦିନ ତଳେ ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୌର୍ଯ୍ୟ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା । ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ପୋଖରା ଅଭିମୁଖେ ଯାଉଥିବା ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯ ଜଣ ଯାତ୍ରୀ ଥିଲେ। ବମ୍ବାର୍ଡିୟର ସିଆର୍‌ଜେ ୨୦୦ ବିମାନଟି ରନୱେରେ ଉଡ଼ାଣ ଆରମ୍ଭ କଲାବେଳେ ହଠାତ୍ ନିଆଁଲାଗି ଜଳିଯାଇଥିଲା। ମୃତକମାନଙ୍କ ମଧ୍ୟରେ କୋ ପାଇଲଟ୍ ଏସ୍ କଟୁୱାଲ ଏବଂ ସୌର୍ଯ୍ୟ ଏୟାରଲାଇନ୍ସର ୧୭ ଜଣ କର୍ମଚାରୀ, ଯେଉଁଥିରେ ଜଣେ ନେପାଳୀ ମହିଳା ଓ ଜଣେ ୟେମେନୀ ନାଗରିକ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe