ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଯୋଗାଯୋଗ ବିଚ୍ଛିନ୍ନ

Advertisment
ଇରାନ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଯୋଗାଯୋଗ ବିଚ୍ଛିନ୍ନ

ତେହେରାନ : ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି। ଇରାନର ସରକାରୀ ଟେଲିଭିଜନ୍ ଏହି ସୂଚନା ଦେଇଛି। ହେଲିକପ୍ଟରରେ ରାଇସିଙ୍କ ସହ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଥିଲେ। ହେଲିକପ୍ଟରଟି ଇରାନର ପୂର୍ବ-ଆଜରବାଇଜାନ ରାଜ୍ୟରେ ହାର୍ଡ ଲ୍ୟାଣ୍ଡିଂ ( ଲାଣ୍ଡିଂ ସମୟରେ ଭୂମିରେ ପିଟିହୋଇଯିବା) କରିଥିଲା ଏବଂ ଘଟଣାସ୍ଥଳକୁ ଏକ ଉଦ୍ଧାରକାରୀ ଦଳ ପଠାଯାଇଛି। କୁହୁଡ଼ି ଓ ଖରାପ ପାଗକୁ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ସେପଟେ ହେଲିକପ୍ଟର ସହ ଏପର୍ଯ୍ୟନ୍ତ ଯୋଗାଯୋଗ ହୋଇନଥିବା ନେଇ କିଛି ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତେହେରାନ ଟାଇମ୍ସ ଅନୁଯାୟୀ, ଇରାନ ରାଷ୍ଟ୍ରପତିଙ୍କ କାଫିଲାରେ ତିନୋଟି ହେଲିକପ୍ଟର ଥିଲା, ସେଥିମଧ୍ୟରୁ ଦୁଇଟି ସୁରକ୍ଷିତ ଭାବରେ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଗୋଟିଏ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ଇରାନର ପୂର୍ବ-ଆଜରବୈଜାନ ରାଜ୍ୟ  ଜୋଲ୍ଫା ନିକଟରେ ଏହି ଘଟଣା ଘଟିଥିବା ସରକାରୀ ଟିଭି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe