ନୂଆଦିଲ୍ଲୀ: ଅଗଷ୍ଟା େଓ୍ଵଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର ସ୍କାମ୍ ସମ୍ପର୍କରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ନୂଆ ତଥ୍ୟ ପ୍ରକାଶ କରାଯାଇଛି। ଦେଶର ପୂର୍ବତନ ବାୟୁସେନା ମୁଖ୍ୟ ଏସ୍ ପି ତ୍ୟାଗୀଙ୍କ କମ୍ପାନି ଏହି ହେଲିକପ୍ଟର କ୍ରୟ ଚୁକ୍ତିରୁ ୧ କୋଟିରୁ ଅଧିକ ଟଙ୍କାର ଫାଇଦା ପାଇଥିବା ଇଡି କହିଛି। ମାମଲାରେ ଇଡି ପକ୍ଷରୁ ଅର୍ଥ ଠକେଇ ନିବାରଣ ଆଇନ (ପିଏମ୍ଏଲ୍ଏ)ରେ ଥିବା ବ୍ୟବସ୍ଥା ଅନୁସାରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ମୋଟ ୩୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ୩,୬୦୦ କୋଟି ଟଙ୍କାର ଏହି ବହୁଚର୍ଚ୍ଚିତ ହେଲିକପ୍ଟର ଦୁର୍ନୀତିରେ କୋଟି କୋଟି ଟଙ୍କା କାରବାର କରାଯାଇଛି। ଏଥିରୁ ତ୍ୟାଗୀଙ୍କ କମ୍ପାନି ମଧ୍ୟ ୧ କୋଟିରୁ ଅଧିକ ଲାଭ ପାଇଛି। ଅପରପକ୍ଷରେ ମାମଲାରେ ସୋନିଆ ଗାନ୍ଧୀଙ୍କୁ ଦୋଷାରୋପ କରିବା ଲାଗି ମୋଦୀ ସରକାର ହେଲିକପ୍ଟର କ୍ରୟ ଚୁକ୍ତିର ମଧ୍ୟସ୍ଥି କ୍ରିଷ୍ଟିଆନ୍ ମାଇକେଲ୍ଙ୍କ ଉପରେ ଚାପ ପକାଉଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ସରକାର ଉପା ଅଧ୍ୟକ୍ଷା ସୋନିଆଙ୍କ ବିରୋଧରେ ଏକ ଅଭିଯାନ ଚଳାଇଥିବା ମଧ୍ୟ କଂଗ୍ରେସ ପକ୍ଷରୁ ଗୁରୁବାର ଦର୍ଶାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us