ରାୟପୁର ଏୟାରପୋର୍ଟରେ ହେଲିକପ୍‌ଟର ଦୁର୍ଘଟଣା, ଓଡ଼ିଆ ପାଇଲଟ୍‌ ମୃତ

ରାୟପୁର ଏୟାରପୋର୍ଟରେ ହେଲିକପ୍‌ଟର ଦୁର୍ଘଟଣା, ଓଡ଼ିଆ ପାଇଲଟ୍‌ ମୃତ

ରାୟପୁର : ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍‌ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ହେଲିକପ୍‌ଟରରେ ଥିବା ଦୁଇ ଜଣ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ କ୍ୟାପ୍‌ଟେନ ଗୋପାଳକୃଷ୍ଣ ପଣ୍ଡା ଏବଂ କ୍ୟାପ୍‌ଟେନ ଏ ପି ଶ୍ରୀବାସ୍ତବ। ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଅବତରଣ ସମୟରେ ହେଲିକପ୍‌ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇଯାଇଥିଲା। ଉଦ୍ଧାରକାରୀ ଟିମ୍‌ ତୁରନ୍ତ ଉଭୟ ପାଇଲଟ୍‌ଙ୍କୁ ହେଲିକପ୍‌ଟର ଧ୍ବଂସାବଶେଷ ଭିତରୁ ବାହାର କରିଥିଲେ ଏବଂ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା। ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। କ୍ୟାପ୍‌ଟେନ ପଣ୍ଡା ଓଡ଼ିଶାର ବାସିନ୍ଦା ଏବଂ କିଛି ବର୍ଷ ହେଲା ସେ ଛତିଶଗଡ଼ ସରକାରରେ ବରିଷ୍ଠ ପାଇଲଟ୍‌ ଭାବେ କାମ କରୁଥିଲେ । କ୍ୟାପ୍‌ଟେନ ଶ୍ରୀବାସ୍ତବ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe