ଉତ୍ତରାଖଣ୍ଡ: ତିକୋଚିଟାରେ ଦୁର୍ଘଟଣାଗ୍ରସ୍ତ ହେଲା ରିଲିଫ୍‌ ବାଣ୍ଟୁଥିବା ହେଲିକପ୍ଟର

Advertisment
ଉତ୍ତରାଖଣ୍ଡ: ତିକୋଚିଟାରେ ଦୁର୍ଘଟଣାଗ୍ରସ୍ତ ହେଲା ରିଲିଫ୍‌ ବାଣ୍ଟୁଥିବା ହେଲିକପ୍ଟର

(Photo Credits: ANI)

ଡେରାଡୁନ୍‌: ଉତ୍ତରାଖଣ୍ଡର ଆରାକୋଟସ୍ଥିିତ ତିକୋଚି ଅଞ୍ଚଳରେ ଏକ ରିଲିଫ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହେଲିକପ୍ଟର ପାଇଲଟ୍‌ ଓ କୋ-ପାଇଲଟ୍‌ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି।

ଏନ୍‌ଆଇ ପକ୍ଷରୁ ହୋଇଥିବା ଏକ ଟ୍ଵିଟ୍‌ ମୁତାବକ, ଉତ୍ତଥରାକସି ଜିଲ୍ଲା ଦୌରାଜଜ୍‌ ଆଶିଷ ଚୌହ୍ଵାନ ଏହି ଘଟଣା ସଂପର୍କରେ ସ୍ପଷ୍ଟ କରିଛନ୍ତି। ଜାଣିରଖନ୍ତୁ ଯେ ପ୍ରବଳ ବର୍ଷା ହେତୁ ଉତ୍ତଥରାକସି ଗଭୀର ମାତ୍ରାରେ ପ୍ରଭାବିତ ହୋଇଛି। ଏବେ ସଂପୃକ୍ତ ଅଞ୍ଚଳର ଭାଙ୍ଗି ଯାଇଥିବା ରାସ୍ତାଗୁଡ଼ିକର ମରାମତି କାର୍ଯ୍ୟ ଚାଲୁଛି।

publive-image India TV

ଏହି ସପ୍ତାହରେ ପୂର୍ବରୁ ମଧ୍ୟ ଏପରି ଥରେ ଘଟି ସାରିଛି। ରିଲିଫ୍‌ କାମରେ ନିୟୋଜିତ ହୋଇଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ କ୍ରିୟୁ ସଦସ୍ୟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସୂଚନାରୁ ଜାଣିବାକୁ ମିଳିଛି ଯେ ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ବାଣ୍ଟି ଫେରୁଥିବା ବାଟରେ ହିଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe