ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଏକ ହେଲିକପ୍ଟର ହଠାତ ରାଜପଥ ମଝିରେ ଜରୁରୀକାଳୀନ ଅବତରଣ କରିଛି।

Advertisment

ସୂଚନାଯୋଗ୍ୟ, ରୁଦ୍ରପ୍ରୟାଗର ବଡାସୁ ଅଞ୍ଚଳରେ କେଦାରନାଥ ଯାଉଥିବା ଏକ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ହେଲିକପ୍ଟରଟି ହଠାତ୍ ରାଜପଥରେ ଜରୁରୀକାଳୀନ ଅବତରଣ କରିଥିଲା। 

ଏହି ହେଲିକପ୍ଟରରେ କେଦାରନାଥ ଦର୍ଶନ ପାଇଁ ଯାଉଥିବା ଯାତ୍ରୀମାନେ ବସିଥିଲେ। ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାପରେ ପାଇଲଟ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ସମୟ ବିଳମ୍ବ ନକରି କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପାଇଲଟ ରାଜପଥରେ ହିଁ ହେଲିକପ୍ଟରଟିକୁ ଜରୁରୀ ଅବତରଣ କରି ଦେଇଥିଲେ। ଫଳରେ ସ୍ଥାନୀୟଲୋକଙ୍କ ମନରେ କୋକୁଆଭୟ ଖେଳି ଯାଇଥିଲା। ସଙ୍ଗେସଙ୍ଗେ ଏହି ଘଟଣା ବିଷୟରେ ପୁଲିସକୁ ଖବର ଦିଆଯାଇଥିଲା।

ଅଧିକପଢ଼ନ୍ତୁ;  https://sambad.in/leading/hardcore-maoist-dies-in-encounter-9342639

ରାଜପଥରେ ହେଲିକପ୍ଟରର ଅବତରଣ ସୂଚନା ପାଇବା ମାତ୍ରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଥିଲେ।ସୂଚନା ମିଳିଛି ଯେ ସହ-ପାଇଲଟଙ୍କୁ ଏହି ଘଟଣାରେ ସାମାନ୍ୟ ଆଘାତ ଲାଗିଛି।