ନୂଆଦିଲ୍ଲୀ: ନିୟନ୍ତ୍ରଣ ହରାଇ ଜଳିଗଲା ‌ହେଲିକପ୍ଟର। ରୁଷର ଦାଗେସ୍ତାନ ରାଜ୍ୟରେ ଏକ ରୁଷୀୟ Ka-226 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାଟି ୭ତାରିଖରେ ଘଟିଥିବା ବେଳେ ଏବେ ଏହି ଦୁର୍ଘଟଣାର ଭିଡିଓଟି ସାମ୍ନାକୁ ଆସିଛି। ଅଚି-ସୁ ଗ୍ରାମ ନିକଟସ୍ଥ କାସ୍ପିଆନ ସାଗର ଅଞ୍ଚଳରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ଇଲେକ୍ଟ୍ରୋ-ମେକାନିକାଲ୍ ପ୍ଲାଣ୍ଟ (KEMZ)ର ଚାରି ଜଣ କର୍ମଚାରୀ ଓ ଜଣେ ରୁଷୀୟ ପ୍ରତିରକ୍ଷା ନିର୍ମାତା ଥିଲେ ବୋଲି ଜଣାଯାଇଛି। KEMZର ୪ଜଣ କର୍ମଚାରୀଙ୍କ ମଧ୍ୟରେ ପ୍ଲାଣ୍ଟର ଡେପୁଟି ଜେନେରାଲ୍ ଡାଇରେକ୍ଟର ଏବଂ ହେଲିକପ୍ଟରର ଫ୍ଲାଇଟ୍ ମେକାନିକ୍ ଥିଲେ ବୋଲି ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

କେମିତି ଘଟିଥିଲା ଦୁର୍ଘଟଣା?

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ପ୍ରଥମେ ଭୂମିରେ ପିଟି ହୋଇଯାଉଛି, ଯାହା ଦ୍ବାରା ହେଲିକପ୍ଟରର ପଛ ଭାଗ ଭାଙ୍ଗିଯାଉଛି। ବିସ୍ଫୋରଣରୁ ବଞ୍ଚାଇବାକୁ ପାଇଲଟ ହେଲିକପ୍ଟରକୁ ଉପରକୁ ଉଠାଉଛନ୍ତି। ଏହା ପରେ ହେଲିକପ୍ଟରଟି ଯାଇ କାସ୍ପିଆନ ସାଗରରେ ପୁଣି ଥରେ ତଳକୁ ଖସିଯାଉଛି। ପୁଣି ଥରେ ପାଇଲଟ ଏହାକୁ ଉପରକୁ ଉଠାଇବାକୁ ଚେଷ୍ଟାକ କରି କିଛି ଦୂର ଉପରକୁ ଉଠୁଛନ୍ତି। ହେଲେ ସତ ଚେଷ୍ଟା ପରେ ବି ହେଲିକପ୍ଟରଟି ତଳକୁ ଖସି ନିଆଁ ପିଣ୍ଡୁଳାରେ ପରିଣତ ହେଉଛି।

ଜଣାପଡ଼ିନି ଦୁର୍ଘଟଣାର କାରଣ

ତେବେ ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପ୍ରଥମେ କୁହାଯାଇଥିଲା ଯେ, ହେଲିକପ୍ଟରଟି ପର୍ଯ୍ୟଟକଙ୍କୁ ନେଇଯାଉଥିଲା। କିନ୍ତୁ ପରେ ଏହା ସ୍ପଷ୍ଟ ହୋଇଥିଲା ଯେ ଏଥିରେ KEMZ ନାମକ ଏକ ପ୍ରତିରକ୍ଷା ଉପକରଣ ନିର୍ମାଣକାରୀ କମ୍ପାନିର କର୍ମଚାରୀମାନେ ଥିଲେ।

ଆହୁରି ପଢ଼ନ୍ତୁ: Terrorism: ଫରିଦାବାଦ ମେଡିକାଲ କଲେଜରୁ ୨ଟି AK-47 ଓ ବିସ୍ଫୋରକ ଜବତ

ଆହୁରି ପଢ଼ନ୍ତୁ: Young Woman Chief Minister, Odisha: ପାଳିତ ମାଆ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ