ଫରିଦାବାଦ : ହରିୟାଣାର ଫରିଦାବାଦ ଜିଲ୍ଲାସ୍ଥିତ ଏକ ମେଡିକାଲ କଲେଜରୁ ଦୁଇଟି AK-47 ରାଇଫଲ୍ ଏବଂ ପ୍ରାୟ ୩୫୦ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ଜମ୍ମୁ-କାଶ୍ମୀର ପୁଲିସ ଚଢଉ କରି ଏସବୁକୁ ଜବତ କରିଛି। କଶ୍ମୀରରୁ ଗିରଫ ହୋଇଥିବା ଅନ୍ୟ ଜଣେ ଡାକ୍ତରର ସୂଚନା ଆଧାରରେ ପୁଲିସ ଫରିଦାବାଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କିଛିଦିନ ତଳେ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ଡାକ୍ତର ଆଦିଲର ଲକରରୁ ଏକ AK-47 ରାଇଫଲ୍ ଜବତ କରାଯାଇଥିଲା। ଆଦିଲର ଗିରଫଦାରୀ ପରେ ତାର ସୂଚନା ଆଧାରରେ ଅନ୍ୟ ଜଣେ ଡାକ୍ତରଙ୍କୁ ମଧ୍ୟ ଅଟକ ରଖାଯାଇଥିଲା।
ଆହୁରି ପଢ଼ନ୍ତୁ:Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଡାକ୍ତର ଆଦିଲର ଜୈଶ୍ ଲିଙ୍କ୍ ?
କିଛି ଦିନ ପୂର୍ବରୁ ଶ୍ରୀନଗରରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ପୋଷ୍ଟର ଲଗାଇବା ଅଭିଯୋଗରେ ସାହାରନପୁର (ଉତ୍ତର ପ୍ରଦେଶ)ରେ ଗିରଫ ହୋଇଥିବା ଡାକ୍ତର ଆଦିଲକୁ ନେଇ ପୁଲିସ ତଦନ୍ତ ଆରମ୍ଭ ହୋଇଥିଲା। ଡାକ୍ତର ଆଦିଲ ଜମ୍ମୁ-କାଶ୍ମୀରର ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ରେସିଡେଣ୍ଟ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲା। ଗିରଫଦାରୀ ପରେ, ପୁଲିସ ତାର ପୁରୁଣା ଲକର ଖୋଜିବା ସମୟରେ ଏକ AK-47 ରାଇଫଲ୍ ଜବତ କରିଥିଲା।
ଆହୁରି ପଢନ୍ତୁ : Donald Trump : ପ୍ରତି ଆମେରିକୀୟଙ୍କୁ ୨୦୦୦ ଡଲାର ଦେବି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/10/ak-47-2025-11-10-10-53-59.jpg)