ମୋଦୀ-ମନମୋହନଙ୍କ ଭିତରେ ଆକାଶ-ପାତାଳ ପାର୍ଥକ୍ୟ: ସିନ୍ଧିଆ

Advertisment

ମୋଦୀ ପରିଣାମମୁଖୀ ଏବଂ ସ୍ଫୂର୍ତ୍ତିଶୀଳ ନେତା

ମୋଦୀ ପରିଣାମମୁଖୀ ଏବଂ ସ୍ଫୂର୍ତ୍ତିଶୀଳ ନେତା

ମୋଦୀ-ମନମୋହନଙ୍କ ଭିତରେ ଆକାଶ-ପାତାଳ ପାର୍ଥକ୍ୟ: ସିନ୍ଧିଆ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟଶୈଳୀର ତୁଳନା କରିବା କଷ୍ଟ ହୋଇଥିଲେ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ରହିଛି। ମୋଦୀ ପରିଣାମମୁଖୀ ଏବଂ ନିଷ୍ପତ୍ତି ନେବାରେ ସ୍ଫୂର୍ତ୍ତିଶୀଳ ନେତା ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି। ଆଜ୍‌ତକ୍‌ର ଏଜେଣ୍ଡା କାର୍ଯ୍ୟକ୍ରମରେ ସିନ୍ଧିଆ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସରକାରରେ ତାଙ୍କ ଗତ ୪ ମାସର ଅଭିଜ୍ଞତାକୁ ଭିତ୍ତିକରି ସେ କହିଛନ୍ତି ବର୍ତ୍ତମାନ ସରକାରରେ ଏକ ଉତ୍ପାଦକତା ସଞ୍ଚାଳିତ ବ୍ୟବସ୍ଥା ରହିଛି। ତେଣୁ ବ୍ୟାଙ୍କିଂ କ୍ଷେତ୍ରର ଅଭିଜ୍ଞତା ଥାଇ ରାଜନୀତିକୁ ଆସିଥିବା ମୋ ଭଳି ବ୍ୟକ୍ତିଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି ସେ କହିଛନ୍ତି। ପୂର୍ବରୁ ମନମୋହନଙ୍କ ମନ୍ତ୍ରିମଣ୍ଡଳରେ ସିନ୍ଧିଆ ମନ୍ତ୍ରୀ ଥିଲେ। ଗତବର୍ଷ ସେ ବିଜେପିରେ ମିଶିଥିଲେ। ଗତ ଜୁଲାଇରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀ କରିବା ସହିତ ବେସାମରିକ ବିମାନ ଚଳାଚଳ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ବ ଦେଇଛନ୍ତି।

କଂଗ୍ରେସ ଛାଡ଼ିବାର କାରଣ ସଂପର୍କରେ ପଚରାଯିବାରୁ ସେ କହିଥିଲେ କଂଗ୍ରେସ ହେଉଛି ଏକ ଦଳ ଯେଉଁଠି ଦଳରେ ମିଶିବା ପୂର୍ବରୁ ଏବଂ ଛାଡ଼ିବା ବେଳେ ସାକ୍ଷାତକାର ନିଆଯାଇ ନଥାଏ। ସିନ୍ଧିଆ କଂଗ୍ରେସ ଛାଡ଼ିବା ଦ୍ବାରା ମଧ୍ୟପ୍ରଦେଶରେ କମଳନାଥଙ୍କ ନେତୃତ୍ବରେ ପରିଚାଳିତ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe