ଜାତିସଂଘରେ ବିଦେଶ ମନ୍ତ୍ରୀଙ୍କ ଉଦ୍‌ବୋଧନ: ପଡ଼ୋଶୀଙ୍କୁ ସହାୟତା ଦେଉଛୁ

Advertisment
ସୀମା ସମସ୍ୟା ଥିବା ଯାଏ ଭାରତ-ଚୀନ ସଂପର୍କ ସ୍ବାଭାବିକ ହୋଇପାରିବନି: ଜୟଶଙ୍କର

www.orfonline.org

ନ୍ୟୁୟର୍କ : ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ଦିନ ଜାତିସଂଘ ସାଧାରଣ ପରିଷଦର ୭୭ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ଚୀନ୍‌-ପାକିସ୍ତାନକୁ କଡ଼ା ବାର୍ତ୍ତା ଶୁଣାଇଛନ୍ତି। ଭାରତ ସର୍ବଦା ଶାନ୍ତି ସପକ୍ଷରେ ରହିଆସିଛି, କିନ୍ତୁ ଆତଙ୍କବାଦ ବିରୋଧରେ ଏବେ ଶୂନ୍ୟ ସହନଶୀଳ ନୀତିରେ ଆଗକୁ ବଢ଼ୁଛି। ଚୀନ୍‌ ନାମ ନନେଇ ଜୟଶଙ୍କର କହିଥିଲେ, ଯେଉଁ ରାଷ୍ଟ୍ର ଆତଙ୍କବାଦ ବିରୋଧରେ କଟକଣା ଲଗାଇବାରେ ସମସ୍ୟା ସୃଷ୍ଟି କରୁଛି ସେହି ରାଷ୍ଟ୍ର ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜରୁରୀ।

ଜୟଶଙ୍କର କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ଆମେ ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସଂକଳ୍ପ ନେଇଛୁ। ଆମେ ବିଶ୍ବକୁ କୋଭିଡ୍‌ ଟିକା ଯୋଗାଇଛୁ, ସଙ୍କଟରେ ଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛୁ। ଏବେ ବିଶ୍ବ କରୋନା ପରବର୍ତ୍ତୀ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଇନ୍ଧନ, ସାର ଏବଂ ଖାଦ୍ୟକୁ ନେଇ ସଙ୍କଟ ଲାଗି ରହିଛି । ୟୁକ୍ରେନ୍‌ ସଙ୍କଟ ଯୋଗୁଁ ଅନେକ ସମସ୍ୟା ଉପୁଜିଛି। ଏବେ ବିଶ୍ବ ସମ୍ମୁଖରେ ଖାଦ୍ୟ ଓ ଶକ୍ତି ସୁରକ୍ଷା ସମେତ ଜଳବାୟୁ ପରିବର୍ତ୍ତନ ପ୍ରମୁଖ ପ୍ରସଙ୍ଗ ଭାବେ ରହିଛି। ଭାରତ ଜି-୨୦ ସହିତ ଖାଦ୍ୟ ଏବଂ ଶକ୍ତି ସଙ୍କଟ ଦୂର କରିବାକୁ କାମ କରିବ।

ଭାରତ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଆର୍ଥିକ ସହଯୋଗ ସମେତ ବିଭିନ୍ନ କ୍ଷେତ୍ରରେ ସହାୟତା ଜାରି ରଖିଛି । ଆମେ ଆଫଗାନିସ୍ତାନକୁ ଔଷଧ, ଖାଦ୍ୟ ଓ ଅନ୍ୟ ସହାୟତା ଯୋଗାଇ ଦେଇଛୁ। ଶ୍ରୀଲଙ୍କାକୁ ୪ ବିଲିୟନ ଡଲାର ସହାୟତା ଯୋଗାଇ ଦିଆଯାଇଛି । ମିଆଁମ୍ୟାରକୁ ଚାଉଳ ଓ ଅନ୍ୟ ସହାୟତା ଦିଆଯାଇଛି । ଭାରତ ପଡ଼ୋଶୀମାନଙ୍କୁ ସହାୟତା କରିବା ପାଇଁ ପ୍ରତିବଦ୍ଧ ବୋଲି ଜୟଶଙ୍କର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe