ମାନସିକ ଅବସାଦ ପାଇଁ ପ୍ରତିଷ୍ଠା ହେବ ହେଲ୍ପଲାଇନ୍‌

ମାନସିକ ଅବସାଦ ପାଇଁ ପ୍ରତିଷ୍ଠା ହେବ ହେଲ୍ପଲାଇନ୍‌

Cornell blogs - Cornell University

ନୂଆଦିଲ୍ଲୀ : ମାନସିକ ଅବସାଦ ପ୍ରତି ସଚେତନତା ଅତ୍ୟନ୍ତ ଜରୁରୀ। ଲୋକମାନେ ନିଜର ଚିନ୍ତାକୁ ଖୋଲାମନରେ ଅନ୍ୟମାନଙ୍କ ସହ ବାଣ୍ଟିବା ଦରକାର। ଏହି ମର୍ମରେ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ପତ୍ର ଲେଖାଯାଇଛି। ଏବଂ ତୁରନ୍ତ ହେଲ୍ପଲାଇନ୍‌ ପ୍ରତିଷ୍ଠା ପାଇଁ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରୀତି ସୁଦାନଙ୍କ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି ଯେ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି । କରୋନା ମହାମାରୀ ସମୟରେ ରାଜ୍ୟମାନଙ୍କ କାର୍ଯ୍ୟ ପ୍ରଶଂସନୀୟ। ତେବେ ଏହି କାର୍ଯ୍ୟ ଭିତରେ ମାନସିକ ଅବସାଦ ସମ୍ପର୍କରେ ସ୍ପଷ୍ଟ ଭାବେ ଆଲୋଚନା କରାଯାଉ। ଅବସାଦ ଓ ଚିନ୍ତାର ଯେଉଁସବୁ ଲକ୍ଷଣ ରହୁଛି, ତାହାକୁ ଚିହ୍ନଟ କରାଯାଉ। କିନ୍ତୁ ଏଥିରେ ଲୋକମାନଙ୍କ ସହଯୋଗର ଆବଶ୍ୟକତା ରହିଛି। ଯେପର୍ଯ୍ୟନ୍ତ ଲୋକମାନେ ନିଜର ସମସ୍ୟାକୁ ଅନ୍ୟଙ୍କୁ ଜଣାଇବେନାହିଁ, ସେମାନଙ୍କୁ ସାହାଯ୍ୟ କରିବା ସମ୍ଭବପର ହେବନାହିଁ ବୋଲି ସଚିବଙ୍କ ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିସହିତ ରାଜ୍ୟମାନଙ୍କୁ ତୁରନ୍ତ ହେଲ୍‌ପଲାଇନ୍‌ ପ୍ରତିଷ୍ଠା କରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe