ଆସନ୍ତାକାଲି ଶପଥ ଗ୍ରହଣ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ଯୋଗ ଦେବେ ଏହି ବଲିଉଡ ଷ୍ଟାର

କାଲି ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀର ରାମଲୀଳା ମଇଦାନକୁ ନବବଧୂ ପରି ସଜାଯାଉଛି। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି।

tpatyu

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ମତଦାନ ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀରେ ହୋଇଥିଲା। ଏହାର ଫଳାଫଳ ଫେବ୍ରୁଆରି ୮ତାରିଖରେ ଆସିଥିଲା। ଏହି ନିର୍ବାଚନରେ, ଭାରତୀୟ ଜନତା ପାର୍ଟି ଦିଲ୍ଲୀର ୭୦ଟି ଆସନରୁ ୪୮ଟିରେ ହାତେଇଥିଲା। ଏବେ ଦିଲ୍ଲୀରେ ବିଜେପି ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତାକାଲି ଦିଲ୍ଲୀକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିବ। ଦିଲ୍ଲୀରେ ବିଜେପିରୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ` କିନ୍ତୁ ଆଜି ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

କାଲି ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀର ରାମଲୀଳା ମଇଦାନକୁ ନବବଧୂ ପରି ସଜାଯାଉଛି। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିମାନଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି। ଏଥିରେ ବଲିଉଡ୍ ଷ୍ଟାରମାନେ ଅଂଶଗ୍ରହଣ କରିବେ ବୋଲି ସାମ୍ନାକୁ ଆସିଛି।

ରାମଲୀଳା ମଇଦାନରେ ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ଏକ ସଙ୍ଗୀତ କାର୍ଯ୍ୟକ୍ରମ ହେବ। ଏହି କାର୍ଯ୍ୟକ୍ରମରେ ଗାୟକ କୈଳାସ ଖେର ସଙ୍ଗୀତ ପରିବେଷଣ କରିବେ। ତାଙ୍କ ବ୍ୟତୀତ ଅଭିନେତା ଅକ୍ଷୟ କୁମାର,  ବିବେକ ଓବେରୟ ଓ ଅଭିନେତ୍ରୀ ହେମା ମାଳିନୀଙ୍କ ସମେତ ୫୦ ଜଣ ଫିଲ୍ମ ତାରକା ଯୋଗ ଦେବେ ବୋଲି କୁହାଯାଉଛି। ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe