ମୁଁ କୁମ୍ଭରୁ ଫେରିଛି, ମୁଁ ପରିସ୍ଥିତି ଦେଖିଛି... ଘଟଣାକୁ ଅଧିକ ବଢ଼ାଇ କୁହାଯାଉଛି

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାରେ ସୃଷ୍ଟି ହୋଇଥିବା ଦଳାଚକଡ଼ା ପରିସ୍ଥିତିରେହେମା କହିଛନ୍ତି, ‘ଅଖିଳେଶଙ୍କ କାମ ହିଁ ଭୁଲ କହିବା। ମୁଁ ମାନୁଛି ଘଟଣା ଘଟିଥିଲା କିନ୍ତୁ ଏତେ ବଡ଼ ନୁହେଁ।’

ewr

er

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇଥିବା ମହାକୁମ୍ଭ ମେଳାରେ ସୃଷ୍ଟି ହୋଇଥିବା ଦଳାଚକଡ଼ା ପରିସ୍ଥିତିରେ ୩୦ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ କେନ୍ଦ୍ର କରି ମଥୁରା ସାଂସଦ  ହେମା ମାଳିନୀ ବିବାଦୀୟ ବୟାନ ଦେଇ କହିଛନ୍ତି, ‘ଘଟଣାକୁ ଯେତିକି ବଢ଼ାଇ ଚଢ଼ାଇ କୁହାଯାଉଛି ସେଭଳି ପରିସ୍ଥିତି ସୃଷ୍ଟି ହୋଇନାହିଁ।

ଅଧିକପଢ଼ନ୍ତୁ:୫ମାସରେ ୩୩କିଲୋ ଓଜନ ହ୍ରାସ କରିବାର ରହସ୍ୟ କହିଲେ ସିଦ୍ଧୁ

କାରଣ ମୁଁ କୁମ୍ଭକୁ ଯାଇଥିଲି। ସେଠାରେ ସଙ୍ଗମ ସ୍ନାନ ବି କରିଥିଲି। ହଁ ଦୁଃଖଦ ଘଟଣା ଘଟିଛି। କିନ୍ତୁ କୁମ୍ଭମେଳାକୁ ନେଇ ଯେଭଳି ଖବର  ପ୍ରଚାର କରାଯାଉଛି ସେମିତି ପରିସ୍ଥିତି ଆଦୌ ଉପୁଜି ନାହିଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଯାଇ ପବିତ୍ର ସ୍ନାନ କରିବେ। ଯଦି ପରିସ୍ଥିତି ଆୟତ୍ତରେ ନଥାଆନ୍ତା  ମୋଦୀ ଯାଇଥାଆନ୍ତେ କି?

ଅଧିକପଢ଼ନ୍ତୁ:ଉପମା ବଦଳରେ ଅଙ୍ଗନୱାଡିରେ ବିରିୟାନୀ ଓ ଚିକେନ ଫ୍ରାଏ ମିଳୁ ବୋଲି କହିଲା ଛାତ୍ର, ମିଳିଲା ଏଭଳି ଜବାବ

ସଂସଦରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମହାକୁମ୍ଭ ମେଳାରେ ସୃଷ୍ଟି ହୋଇଥିବା  ଦଳାଚକଡ଼ା ପରିସ୍ଥିତିକୁ ‌ନେଇ କିଛି ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ହେମା କହିଛନ୍ତି, ‘ଅଖିଳେଶଙ୍କ କାମ ହିଁ ଭୁଲ କହିବା। ମୁଁ ମାନୁଛି ଘଟଣା ଘଟିଥିଲା କିନ୍ତୁ ଏତେ ବଡ଼ ନୁହେଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe