ହେମାମାଳିନୀ କହିଲେ ‘ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାମଙ୍କ ନାମ ଶୁଣିଲେ ରାଗୁଛନ୍ତି କାହିଁକି?’

Advertisment
ହେମାମାଳିନୀ କହିଲେ ‘ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାମଙ୍କ ନାମ ଶୁଣିଲେ ରାଗୁଛନ୍ତି କାହିଁକି?’

photo-zee news

ମଥୁରା: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ କଡ଼ା ଟିପ୍ପଣୀ  କରିଛନ୍ତି । ସେ କହିଛନ୍ତି ଯେ ଭଗବାନ ଶ୍ରୀରାମଙ୍କ ନାମ ନେଲେ ଦୁଷ୍ଟ ଲୋକଙ୍କୁ ମଧ୍ୟ ପାପରୁ ମୁକ୍ତି ମିଳିଥାଏ କିନ୍ତୁ ବୁଝାପଡୁ ନାହିଁ  କାହିଁକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାମଙ୍କ ନାମ ଶୁଣିଲେ ରାଗୁଛନ୍ତି । ମମତାଙ୍କୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ହେମାମାଳିନୀ କହିଛନ୍ତି।

publive-image

ହେମାମାଳିନୀ ଲୋକସଭା ନିର୍ବାଚନରେ ବିଜୟୀ ହେବାପରେ ଏବଂ କେନ୍ଦ୍ରରେ ମୋଦୀ ସରକାର ଗଠନ ପରେ ପ୍ରଥମ ଥର ଲାଗି ନିଜର ଲୋକସଭା ନିର୍ବାଚନ ମଣ୍ଡଳୀ ମଥୁରାକୁ ଆସିଥିଲେ ।ହେମାମାଳିନୀ ବୃନ୍ଦାବନସ୍ଥିତ ନିଜର ବାସଭବନରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କଥାଛଳରେ ଏହା କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ,ବିଜେପିର କର୍ମୀମାନେ ମମତାଙ୍କ ଗାଡ଼ି ଆଗରେ କିଛି ଦିନ ତଳେ ଜୟ ଶ୍ରୀରାମ ନାରା ଦେଇଥିଲେ । ଏହାକୁ ଦେଖି ମୁଖ୍ୟମନ୍ତ୍ରୀ ମମତା ତୁରନ୍ତ ଗାଡିରୁ ଓହ୍ଲାଇ ରାଗି ଯାଇଥିଲେ। ଏହି ପ୍ରସଙ୍ଗରେ ହେମାମାଳିନୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe