ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହେମନ୍ତ ସୋରେନ୍

Advertisment
ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ହେମନ୍ତ ସୋରେନ୍

Hindustan Times

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟନିର୍ବାହୀ ସଭାପତି ହେମନ୍ତ ସୋରେନ୍ ଦ୍ବିତୀୟ ଥର ଲାଗି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଆଜି ଅପରାହ୍ନ ୨ଟା ବେଳେ ରାଞ୍ଚିର ମୋର୍‌ହାବାଡ଼ି ପଡ଼ିଆରେ ଶପଥ ନେଇଛନ୍ତି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମ୍‌କେର ଏମ୍‌.କେ. ଷ୍ଟାଲିନ୍‌, ଏନ୍‌ସିପିର ସୁପ୍ରିୟା ସୁ‌ଲେ, ଆର୍‌ଜେଡ଼ିର ତେଜେଶ୍ବର ଯାଦବ, ଆମ୍‌ ଆଦ୍‌ମି ପାର୍ଟିର ସଞ୍ଜୟ ସିଂହ ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ। ସୋରେନ୍‌ଙ୍କ ସହ ଝାଡ଼ଖଣ୍ଡ କଂଗ୍ରେସ କମିଟି ଅଧ୍ୟକ୍ଷ ରାମେଶ୍ୱର ଓରାମ୍‌, କଂଗ୍ରେସ ବିଧାୟକ ଦଳ ନେତା ଆଲାମ୍‌ଗିର୍‌ ଆଲାମ୍‌, ଆର୍‌ଜେଡ଼ି ବିଧାୟକ ସତ୍ୟାନନ୍ଦ ଭୋକ୍ତା ଏବଂ ବରିଷ୍ଠ ଜେଏମ୍‌ଏମ୍‌ ନେତା ଷ୍ଟିଫେନ୍‌ ମାରାଣ୍ଡି ପ୍ରମୁଖ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe