ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ହେମନ୍ତ ସୋରେନ, ଝାଡ଼ଖଣ୍ଡର ସ୍ବତନ୍ତ୍ର ଯତ୍ନ ନେବାକୁ କଲେ ନିବେଦନ

Advertisment
ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ହେମନ୍ତ ସୋରେନ, ଝାଡ଼ଖଣ୍ଡର ସ୍ବତନ୍ତ୍ର ଯତ୍ନ ନେବାକୁ କଲେ ନିବେଦନ

(Photo Credits: Twitter)

ନୂଆଦିଲ୍ଳୀ: ନିଜ ରାଜ୍ୟରେ ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ‌ସୋରେନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଳୀଠାରେ ଭେଟିଛନ୍ତି। ମୋଦୀଙ୍କୁ ଭେଟିବା ପରେ ସୋରେନ୍‌ ଗଣମାଧ୍ୟମରେ ନିଜର ମତ ଦେଇ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀଠାରେ ଭେଟିଲି। ସରକାର ଗଠନ କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଥର ପାଇଁ ସାକ୍ଷାତ୍‌ କଲି। ନିକଟ ଭବିଷ୍ୟତରେ ମୁଁ ପୁଣି ଥରେ ତାଙ୍କୁ ଭେଟି ରାଜ୍ୟରେ ଥିବା ସମସ୍ୟା ବିଷୟରେ ଜଣାଇବି। ଆଦିବାସୀମାନଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମୋତେ ପ୍ରତିଶ୍ରୁତି ଦେଇଛନ୍ତି।’

ସେ ଆହୁରି ବି କହିଛନ୍ତି କି ସାକ୍ଷାତ୍‌ ସମୟରେ ସେ ଝାଡ଼ଖଣ୍ଡର ସ୍ବତନ୍ତ୍ର ଯତ୍ନ ନେବାକୁ ମୋଦୀଙ୍କୁ ନିବେଦନ କରିଛନ୍ତି। ବିକାଶମୁଖୀ ଭାରତରେ ଝାଡ଼ଖଣ୍ଡ ଏବେ ମଧ୍ୟ ଏକ ପଛୁଆ ରାଜ୍ୟ ବୋଲି ସେ କହିବା ସହ ରାଜ୍ୟରେ ଏକ ଆଦିବାସୀ ବିଶ୍ବ ବିଦ୍ୟାଳୟ ଖୋଲିବା ପାଇଁ ସେ ମୋଦୀଙ୍କୁ ନିବେଦନ କରିଥିବା କହିଛନ୍ତି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା(ଜେଏଏମ୍‌)ର ସଭାପତି ସୋରେନ ନିକଟ ଅତୀତରେ ଝାଡ଼ଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟ ସଂଖ୍ୟା ଗରିଷ୍ଠତା ହାତେଇବା ପରେ ସୋରେନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ସମୁଦାୟ ୮୧ ଆସନରୁ ୪୭ ଆସନ ହାତେଇବାରେ ସମର୍ଥ ହୋଇଥିଲା ମେଣ୍ଟ ଦଳ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। କୋଲକାତାରେ ପହଞ୍ଚି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସ୍ବଜନ୍ୟତାମୂଳକ ସାକ୍ଷାତ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe