ସରକାର ଗଠନ ପାଇଁ ଜେଏମଏମ ବିଧାୟକଙ୍କୁ ଡାକିଲେ ରାଜ୍ୟପାଳ; ଗିରଫ ହେମନ୍ତଙ୍କ ୮ ଦିନିଆ ରମାଣ୍ଡ ମାଗିଲା ଇଡି

Advertisment
ସରକାର ଗଠନ ପାଇଁ ଜେଏମଏମ ବିଧାୟକଙ୍କୁ ଡାକିଲେ ରାଜ୍ୟପାଳ; ଗିରଫ ହେମନ୍ତଙ୍କ ୮ ଦିନିଆ ରମାଣ୍ଡ ମାଗିଲା ଇଡି

ରାଞ୍ଚି/ ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ନୂତନ ସରକାର ଗଠନ ପାଇଁ ଆଜି ଅପରାହ୍ନ ସାଢ଼େ ୫ଟାରେ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିବେ ଜେଏମଏମ ବିଧାୟକ। ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ଆଜି ଅପରାହ୍ନ ସାଢ଼େ ୫ଟାରେ ରାଞ୍ଚିସ୍ଥିତ ରାଜଭବନରେ ଜେଏମଏମର ୫ଜଣ ବିଧାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ହେମନ୍ତ ସୋରେନ ଗିରଫ ପରେ ୪୭ ଜଣ ବିଧାୟକଙ୍କ ସମର୍ଥନ ଦାବି କରି ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବୀ ଜଣାଇଛନ୍ତି ଚମ୍ପାଇ ସୋରେନ।

ଝାଡ଼ଖଣ୍ଡ ମନ୍ତ୍ରୀ ଚମ୍ପାଇ ସୋରେନ କହିଛନ୍ତି ଯେ ସେ ୪୭ ଜଣ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଲମଗିର ଆଲାମ କହିଛନ୍ତି, ଆମେ ରାଜ୍ୟପାଳଙ୍କୁ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛୁ।

ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବାର କିଛି ଘଣ୍ଟା ପରେ ହେମନ୍ତ ସୋରେନ୍‌ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିବା ପରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉଭା ହୋଇଛନ୍ତି ଚମ୍ପାଇ ସୋରେନ୍‌। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଦଳର ନେତା ହେମନ୍ତ ସୋରେନ୍‌ ଏବଂ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଅନୁଗତ ହେଉଛନ୍ତି ଚମ୍ପେଇ ସୋରେନ୍‌।

ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତ ରାତିରେ ଗିରଫ କରିବା ପରେ ଆଜି ରାଞ୍ଚିର ପିଏମଏଲଏ କୋର୍ଟରେ ତାଙ୍କୁ ହାଜର କରାଇଥିବା ବେଳେ ଏକ ଜମି ଦୁର୍ନୀତି ମାମଲାରେ ଅଧିକ ତଦନ୍ତ ପାଇଁ ଇଡି ତାଙ୍କୁ ୮ ଦିନିଆ ରିମାଣ୍ଡରେ ନେବାକୁ ଅଦାଲତଙ୍କ ଅନୁମତି ମାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe