HT Auto - Hindustan Times
ନୂଆଦିଲ୍ଲୀ: ଅହମ୍ମଦାବାଦର ଷ୍ଟାର୍ଟଅପ୍ ସଂସ୍ଥା ‘ମ୍ୟାଟର୍’ ପକ୍ଷରୁ ଗିୟର ଥିବା ଇଲେକ୍ଟ୍ରିକ୍ ବାଇକ୍ ଉନ୍ମୋଚନ କରାଯାଇଛି। ଏହାର ବୁକିଂ ଖୁବ୍ଶୀଘ୍ର ଆରମ୍ଭ ହେବ ଏବଂ ଗ୍ରାହକଙ୍କୁ ଆସନ୍ତା ବର୍ଷ ଏପ୍ରିଲ୍ରୁ ଡେଲିଭରି ଦିଆଯିବ। କଂପାନିର ପ୍ରତିଷ୍ଠାତା ମୋହାଲ ଲାଲଭାଇ କହିଛନ୍ତି ଯେ ଅଧିକାଂଶ କଂପାନି ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାଣ ଉପରେ ଗୁରୁତ୍ବ ଦେଉଛନ୍ତି।
ଇ-ବାଇକ୍କୁ ନେଇ ରହିଥିବା ଅଭାବ ଆମେ ପୂରଣ କରିବାକୁ ଚାହୁଛୁ। ପ୍ରତିବର୍ଷ ଦେଶରେ ୨ କୋଟି ପାଖାପାଖି ଦୁଇଚକିଆ ଯାନ ବିକ୍ରି ହେଉଥିବା ବେଳେ ସେଥିରୁ ପ୍ରାୟ ୧.୫ କୋଟି ହେଉଛି ବାଇକ। କେବଳ ଇ-ସ୍କୁଟର ଉପରେ ଧ୍ୟାନ ଦେଲେ ବାଇକ୍କୁ ପସନ୍ଦ କରୁଥିବା ଗ୍ରାହକମାନେ ଇଲେକ୍ଟ୍ରିକ୍ ଯାନ ଆପଣେଇ ପାରିବେ ନାହିଁ। ସେମାନଙ୍କ ସୁବିଧା ଲାଗି କଂପାନି ଇ-ବାଇକ୍ ନିର୍ମାଣ କରିଥିବା ସେ କହିଛନ୍ତି। ମ୍ୟାଟର୍ର ବାଇକ୍କୁ ଥରେ ଚାର୍ଜ କଲେ ତାହା ୧୫୦ କିମି ଯାତ୍ରା କରିବ।
Follow Us