ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରେ ବ୍ୟାପକ ଦୁର୍ନୀତି ଚାଲିଛି: ବିଜେପି

Advertisment

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେପି ସାଂସଦ

ଅପପୁଷ୍ଟି ଅଞ୍ଚଳ ରଣାଗୁଣ୍ଡି: ଆଧାର ନଥିବାରୁ ଆହାରରୁ ବଞ୍ଚିତ ଶତାଧିକ ଲୋକ

The Indian Express

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ବି ଦୁର୍ନୀତି ଅଭିଯୋଗ

ନୁଆଦିଲ୍ଲୀ : ବଳକା ଚାଉଳ ଉଠାଣ ଓ ବକେୟା ସବ୍‌ସିଡି ପ୍ରଦାନ ଦାବିରେ ଦୁଇ ଦିନ ତଳେ ବିଜେଡି ସାଂସଦମାନେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଥିଲେ। ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମ୍‌ଜିକେୱାଇ) ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା(ଏନ୍‌ଏଫ୍‌ଏସ୍‌)ରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ବିଜେପି ସାଂସଦମାନେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଭେଟିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଯାଇଥିବା ସାଂସଦମାନେ ଏହି ଦୁଇ ଯୋଜନାରେ କିପରି ବ୍ୟାପକ ଅନିୟମିତତା ଚାଲିଛି, ସେ ସମ୍ପର୍କରେ ଅଭିଯୋଗ କରିବା ସହ ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ।

publive-image

ବିଜେପି ସାଂସଦମାନେ ଅଭିଯୋଗ କରିଛନ୍ତି ଯେ ପିଏମ୍‌ଜିକେଏୱାଇ ଏବଂ ଏନ୍‌ଏଫ୍‌ଏସ୍‌ ଯୋଜନା ଅର୍ନ୍ତଗତ ରାଜ୍ୟର ୧୫ଟି ଜିଲ୍ଲାରେ ୧୦ ପ୍ରତିଶତରୁ କମ ଖାଦ୍ୟଶସ୍ୟ ପଠାଯାଇଛି ଯାହା ଅତ୍ୟନ୍ତ ଚିନ୍ତାଜନକ। ୧୫ଟି ଜିଲ୍ଲାରେ ଅଧିକାଂଶ ପଛୁଆ ଓ ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ରହିଛି। ପିଏମ୍‌ଜିକେଏୱାଇ ଯୋଜନା ଅଧୀନରେ ମେ’ ୨୦୨୧ରେ ଓଡ଼ିଶାର ୯୨.୮୩ ଲକ୍ଷ ଏନ୍‌ଏଫ୍‌ଏସ୍‌ଏ କାର୍ଡଧାରୀଙ୍କ ମଧ୍ୟରୁ କେବଳ ୮୭.୩୯ ଲକ୍ଷ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଥିଲା ବେଳେ ୫.୪୩ ଲକ୍ଷ କାର୍ଡଧାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଇ ନାହିଁ। ସେହିଭଳି ଜୁନ ୨୦୨୧ରେ ଓଡ଼ିଶାର ୯୨.୮୩ ଲକ୍ଷ ଏନ୍‌ଏଫ୍‌ଏସ୍‌ଏ କାର୍ଡଧାରୀଙ୍କ ମଧ୍ୟରୁ ମାଗଣା ଖାଦ୍ୟ ଶସ୍ୟ କେବଳ ୮୨.୨୩ ଲକ୍ଷଙ୍କୁ ବଣ୍ଟନ କରାଯାଇଥିବାବେଳେ ୪.୫୪ ଲକ୍ଷ କାର୍ଡଧାରୀଙ୍କୁ ବିତରଣ କରାଯାଇ ନାହିଁ। ‌କୋଭିଡ୍‌ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜର ଅବହେଳିତ ଲୋକମାନଙ୍କୁ ଅତିରିକ୍ତ ଖାଦ୍ୟ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଆରମ୍ଭ କରିଥିବା ବେଳେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟରୁ ବଞ୍ଚିତ ରଖିବା ଦୁଃଖ ଓ ପରିତାପର ବିଷୟ।

ବିଜେପି ସାଂସଦମାନେ ଆହୁରି ଜଣାଇଥିଲେ ଯେ ଭାରତ ସରକାରଙ୍କ ଦ୍ବାରା ଆବଣ୍ଟନ କରାଯାଉଥିବା ଖାଦ୍ୟଶସ୍ୟ ବନାମ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଉଥିବା ଖାଦ୍ୟ ତାଲିକାରେ ଅନେକ ବିସଙ୍ଗତି ରହୁଛି। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏନ୍‌ଏଫ୍‌ଏସ୍‌ଏ ରାସନକାର୍ଡଧାରୀଙ୍କ ମଧ୍ୟରେ ବହୁ ଭୂତ ହିତାଧିକାରୀ ଅଛନ୍ତି ବୋଲି ପ୍ରମାଣିତ ହେଉଛି। ରାଜ୍ୟ ସରକାର ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କୁ ଭୋକରେ ରଖି ଖାଦ୍ୟଶସ୍ୟ ଖୋଲା ବଜାରରେ ଚୋରାଚାଲାଣ କରାଯାଉଥିବା ନେଇ ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ପିଏମ୍‌ଜିକେଏୱାଇ ଅଧୀନରେ ମାଗଣା ରାସନ ବଣ୍ଟନ, ଅନ୍ୟାନ୍ୟ ସୂଚନା ଏବଂ ସଚେତନତା ପାଇଁ ଆଞ୍ଚଳିକ ଭାଷାରେ ଉଚିତ ମୂଲ୍ୟ ସମ୍ପର୍କରେ ଦୋକାନ, ଗୋଦାମ, ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟାନର ଓ ପୋଷ୍ଟର ମାରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା ବେଳେ ସରକାର ଏହାର ଖୋଲାଖୋଲିଭାବେ ଉଲଂଘନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ରକୁ ପ୍ରୋସାହିତ କରି ଯୋଜନାର ଭୁଲ ବ୍ରାଣ୍ଡିଂ କରାଯାଉଛି। ସମଗ୍ର ଘଟଣାର ତଥ୍ୟ ଅନୁସନ୍ଧାନ ସହ ପିଏମ୍‌ଜିକେଏୱାଇ ପରିଚାଳନାରେ ତ୍ରୁଟି ସୁଧାରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସାଂସଦମାନେ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ବସନ୍ତ କୁମାର ପଣ୍ଡା, ନୀତିଶ ଗଙ୍ଗଦେବ ଓ ସଙ୍ଗୀତା କୁମାରୀ ସିଂହଦେଓ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe