The Times of India
ଅମୃତସର : ପଂଜାବ ପୁଲିସ ଆଜି ଅମୃତସର ଜିଲ୍ଲାର ସୁଲତାନୱିନ୍ଦ ଗ୍ରାମରେ ଚଢ଼ଉ କରି ୨୦୦ କେଜି ହେରୋଇନ ଜବତ କରିଛି ଯାହାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଏହି ମାମଲାରେ ଜଣେ ଆଫଗାନ ନାଗରିକ ସମେତ ୬ ଜଣଙ୍କୁ ଅଟକ ରଖାଯାଇଛି। ଗ୍ରାମର ଯେଉଁ ଘରୁ ଏହି ହେରୋଇନ ଜବତ ହୋଇଛି ସେଠାରୁ ଅନ୍ୟ ନିଶାଦ୍ରବ୍ୟ ପ୍ରସ୍ତୁତି ପାଇଁ ରହିଥିବା ବିପୁଳ ରସାୟନିକ ସାମଗ୍ରୀ ମଧ୍ୟ ମିଳିଛି। ଏହି କାରବାର ପଛରେ ଏକ ଅନ୍ତର୍ଜାତୀୟ ରୢାକେଟ୍ କାମ କରୁଥିବା ଜଣାପଡ଼ିଛି।
Follow Us