ଆରେ କେମିତି ଅଛୁ...? ବାଘର ଭଲମନ୍ଦ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗର୍ଜନ କରି ଅଭିବାଦନ ଜଣାଇଲା ବାଘ

Advertisment
ଆରେ କେମିତି ଅଛୁ...? ବାଘର ଭଲମନ୍ଦ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗର୍ଜନ କରି ଅଭିବାଦନ ଜଣାଇଲା ବାଘ

ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶୁ ଓ ପକ୍ଷୀଙ୍କୁ କେତେ ଭଲ ପାଆନ୍ତି ତାହା ସର୍ବଦା ଦେଖିବାକୁ ମିଳିଥାଏ। ସିଏମ୍ ଯୋଗୀ ବେଳେବେଳେ ଗାଈମାନଙ୍କୁଖାଇବାକୁ ଦେଉଥିବା ଏବଂ ବେଳେବେଳେ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦେଉଥିବାର ଦେଖାଯାଇଥାଏ। ସିଏମ୍ ଯୋଗୀଙ୍କ ଏକ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସିଏମ୍ ଯୋଗୀ ଏକ ଚେୟାରରେ ବସି କିଛି କାଗଜପତ୍ରରେ ଦସ୍ତଖତ କରୁଛନ୍ତି ଏବଂ ଏକ ମାଙ୍କଡ଼ ତାଙ୍କ କୋଳରେ ବସିଛି ।

ଏହା ବ୍ୟତୀତ, ଲୋକମାନେ ସିଏମ୍ ଯୋଗୀଙ୍କ ଅନ୍ୟ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଏକ ବାଘ ଛୁଆକୁ କ୍ଷୀର ଖାଇବାକୁ ଦେଉଥିବାର ଦେଖାଯାଇଛି | ଏହି କ୍ରମରେ, ସିଏମ ଯୋଗୀଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ଏକ ବାଘ ସହ କଥା ହେଉଥିବା ଦେଖିବାକୁ ମିଳିଛି।

ରବିବାର ଦିନ ସିଏମ ଯୋଗୀ ଗୋରଖପୁରରେ ଅବସ୍ଥିତ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ, ଏକ ବାଘ ଏନକ୍ଲୋଜରରେ ଉପସ୍ଥିତ ଥିବାର ସେ ଦେଖିଥିଲେ। ସେ ବାଘକୁ ପଚାରିଲେ, ଆରେ କେମିତି ଅଛୁ? ଏହି ସମୟରେ ବାଘ ଗର୍ଜନ କରିବାକୁ ଲାଗିଲା। ସତେ ଯେପରି ବାଘ ଯୋଗୀଙ୍କୁ ଅଭିବାଦନ ଜଣାଇ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲା। ଏହା ବ୍ୟତୀତ ସେ ପ୍ରାୟ ଏକ ସପ୍ତାହ ପୂର୍ବରୁ ପ୍ରାଣୀ ଉଦ୍ୟାନରେ ଇଟାୱା ସିଂହ ସଫାରିରୁ ଅଣାଯାଇଥିବା ପାଞ୍ଚ ବର୍ଷର ସିଂହ ଭାରତ ଏବଂ ସାତ ବର୍ଷର ସିଂହୀ ଗୌରୀକୁ ମଧ୍ୟ ଦେଖିଥିଲେ।

ସିଏମ ଯୋଗୀଙ୍କୁ ଦେଖି ବାଘ ଅମର ଗୋଟିଏ ଗୋଡ ଉଠାଇ ଗର୍ଜନ କଲା। ଯୋଗୀ ତା ଗର୍ଜନରେ ହସି କହିଥିଲେ, କ’ଣରେ କେମିତୁ ଅଛୁ ? ଏହି ସମୟରେ ସେ ଜଣେ କର୍ମଚାରୀଙ୍କୁ କହିଥିଲେ ଏନକ୍ଲୋଜରକୁ ସ୍ପର୍ଶ କରିବା ବାଘକୁ କ୍ରୋଧିତ କରୁଛି। ସିଏମ୍ ଯୋଗୀ ଆଦିତ୍ୟନାଥ ପ୍ରାଣୀ ଉଦ୍ୟାନରେ ଥିବା ଗଣ୍ଡାକୁ କଦଳୀ ଖାଇବାକୁ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe