ଇସ୍ରାଏଲ ଉପରେ ହେଜବୁଲ୍ଲାର ଜବାବୀ ଆକ୍ରମଣ, ୧୦୦ରୁ ଅଧିକ ରକେଟ୍ ମାଡ଼

ଇସ୍ରାଏଲର ପେଜର ଏବଂ ୱାକି-ଟକି ଆକ୍ରମଣ ପରେ ହେଜବୁଲ୍ଲା କ୍ରମାଗତ ଭାବେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ ଜାରି ରଖିଛି। ହେଜବୁଲ୍ଲା ଇସ୍ରାଏଲ ଉପରକୁ ୧୦୦ରୁ ଅଧିକ ରକେଟ୍ ମାଡ଼ କରିବା ଫଳରେ ସେଠାରେ ଆତଙ୍କ ଖେଳିଯାଇଛି ।

israel-hezbolla

ତେଲ୍ ଅଭିବ୍ : ଇସ୍ରାଏଲର ପେଜର ଏବଂ ୱାକି-ଟକି ଆକ୍ରମଣ ପରେ ହେଜବୁଲ୍ଲା କ୍ରମାଗତ ଭାବେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ ଜାରି ରଖିଛି। ହେଜବୁଲ୍ଲା ଇସ୍ରାଏଲ ଉପରକୁ ୧୦୦ରୁ ଅଧିକ ରକେଟ୍ ମାଡ଼ କରିବା ଫଳରେ ସେଠାରେ ଆତଙ୍କ ଖେଳିଯାଇଛି ଏବଂ ଲୋକମାନେ ପଳାୟନ କରୁଛନ୍ତି। 

ଆଇଡିଏଫ ଅନୁଯାୟୀ, ହେଜବୁଲ୍ଲା ରବିବାର ଉତ୍ତର ଇସ୍ରାଏଲର ବିସ୍ତୃତ ଏବଂ ମଧ୍ୟବର୍ତ୍ତି ଅଞ୍ଚଳରେ ୧୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା, ଯେଉଁଥିମଧ୍ୟରୁ କିଛି ହାଇଫା ସହର ନିକଟରେ ପଡ଼ିଥିଲା। ଏହି ଆକ୍ରମଣ ପରେ ଉତ୍ତର ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବା ସହ ହଜାର ହଜାର ଲୋକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। କିରିୟତ ବିୟାଲିକ ସହର ନିକଟରେ ଏକ ରକେଟ୍ ମାଡ଼ ହେବାଫଳରେ ଅତି କମରେ ୩ ଜଣ ଆହତ ହେବା ସହ କୋଠା ଓ କାରରେ ନିଆଁ ଲାଗିଯାଇଥିଲା। ଇସ୍ରାଏଲର ମାଗେନ୍ ଡେଭିଡ୍ ଆଡମ୍ ରେସ୍କ୍ୟୁ ସର୍ଭିସ୍ ଏହି ବିସ୍ଫୋରଣରେ ୪ ଜଣ ଆହତ ହୋଇଥିବା ସୂଚନା ଦେଇଛି।

ଆଇଡିଏଫ ଅନୁଯାୟୀ, ହେଜବୁଲ୍ଲା ରବିବାର ଉତ୍ତର ଇସ୍ରାଏଲର ବିସ୍ତୃତ ଏବଂ ମଧ୍ୟବର୍ତ୍ତି ଅଞ୍ଚଳରେ ୧୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଥିଲା, ଯେଉଁଥିମଧ୍ୟରୁ କିଛି ହାଇଫା ସହର ନିକଟରେ ପଡ଼ିଥିଲା। ଏହି ଆକ୍ରମଣ ପରେ ଉତ୍ତର ଇସ୍ରାଏଲରେ ଏୟାର ଷ୍ଟ୍ରାଇକ୍ ସାଇରନ୍ ବାଜିବା ସହ ହଜାର ହଜାର ଲୋକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ।

ଗତ ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଲେବାନନର ରାଜଧାନୀ ବେରୁତରେ ଏୟାରଷ୍ଟ୍ରାଇକ କରାଯାଇଥିଲା ଯେଉଁଥିରେ ହେଜବୁଲ୍ଲାର ଜଣେ ଶୀର୍ଷ ନେତା, ଅନେକ ଯୋଦ୍ଧା ଏବଂ ମହିଳା ଓ ଶିଶୁଙ୍କ ସମେତ ଅତି କମରେ ୪୫ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧରେ ହେଜବୁଲ୍ଲା ଏପରି ଆକ୍ରମଣ କରିଚାଲିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe