ଆମର ସାମରିକ ଶକ୍ତି ଏବେ ବି ଅକ୍ଷୁର୍ଣ୍ଣ ଅଛି : ହେଜବୁଲ୍ଲା

ହେଜବୁଲ୍ଲାର ନଂ୨ ନେତା ଶେଖ୍ ନାଇମ୍ କାସେମ୍ କହିଛି ଯେ ତାଙ୍କ ଗୋଷ୍ଠୀର ସାମରିକ ଶକ୍ତି ଏବେ ବି ଅକ୍ଷୁର୍ଣ୍ଣ ରହିଛି। ତେବେ ସଂଗଠନର ବରିଷ୍ଠ କମାଣ୍ଡରଙ୍କ ସ୍ଥାନରେ ନୂଆ କମାଣ୍ଡରଙ୍କୁ ନିଯୁକ୍ତ କରିଛନ୍ତି କାରଣ ଇସ୍ରାଏଲ ଆକ୍ରମଣରେ ଅନେକ ବରିଷ୍ଠ ଲେବାନନ କମାଣ୍ଡର ନିହତ ହୋଇଛନ୍ତି।

hezbolla

ବେରୁତ: ଇସ୍ରାଏଲ ଓ ଲେବାନନ ମଧ୍ୟରେ ବିବାଦ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ସେନା ଲେବାନନର ବିଭିନ୍ନ ଅଞ୍ଚଳରେ ୧୩୭ଟି ଏୟାର ଷ୍ଟ୍ରାଇକ୍ କରିଛି ବୋଲି ଲେବାନନ୍ ସରକାର କହିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି । ଇସ୍ରାଏଲର ଏହି ଆକ୍ରମଣରେ ଲେବାନନର ଲୋକମାନେ ବ୍ୟଥିତ ଓ ଭୟଭୀତ ଅଛନ୍ତି ।

ନିକଟରେ ହେଜବୁଲ୍ଲାର ନଂ୨ ନେତା ଶେଖ୍ ନାଇମ୍ କାସେମ୍ ଧମକ ଦେଇଥିଲା ଯେ ହେଜବୁଲ୍ଲା ଇସ୍ରାଏଲର ଆଭ୍ୟନ୍ତରୀଣ ଅଞ୍ଚଳକୁ ଟାର୍ଗେଟ କରି ରକେଟ୍ ମାଡ଼ କରୁଥିବାରୁ ଅଧିକ ଇସ୍ରାଏଲବାସୀ ବିସ୍ଥାପିତ ହେବେ। କାସିମ୍ ମଧ୍ୟ ମଙ୍ଗଳବାର ଟେଲିଭିଜନରେ ଏକ ବିବୃତି ଜାରି କରିଛି। 
ହେଜବୁଲ୍ଲା ଗତ ଏକ ବର୍ଷ ଧରି ଇସ୍ରାଏଲ ଉପରେ ଆକ୍ରମଣ କରିଆସୁଛି। ୨୦୨୩ ମସିହା ଅକ୍ଟୋବର ୮ ତାରିଖରେ ଉତ୍ତର ଇସ୍ରାଏଲ ଉପରେ ରକେଟ୍ ମାଡ଼ ସହ ଏହି ଆକ୍ରମଣ ଆରମ୍ଭ ହୋଇଥିଲା। 

କାସିମ ଆହୁରି ମଧ୍ୟ କହିଛି ଯେ ତାଙ୍କ ଗୋଷ୍ଠୀର ସାମରିକ ଶକ୍ତି ଏବେ ବି ଅକ୍ଷୁର୍ଣ୍ଣ ରହିଛି। ସେ କହିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ କୁ ଦୃଷ୍ଟିରେ ରଖି ସେ ବରିଷ୍ଠ କମାଣ୍ଡରଙ୍କ ସ୍ଥାନରେ ନୂଆ କମାଣ୍ଡରଙ୍କୁ ନିଯୁକ୍ତ କରିଛନ୍ତି କାରଣ ଇସ୍ରାଏଲ ଆକ୍ରମଣରେ ଅନେକ ବରିଷ୍ଠ ଲେବାନନ କମାଣ୍ଡର ନିହତ ହୋଇଛନ୍ତି। ଏଭଳି ସ୍ଥିତିରେ କାସିମ ଚାହୁଁଛନ୍ତି ଯେ ବରିଷ୍ଠ କମାଣ୍ଡରମାନଙ୍କୁ ସୁରକ୍ଷିତ ରଖାଯାଉ ଏବଂ ସେମାନଙ୍କ ସ୍ଥାନରେ ନୂଆ କମାଣ୍ଡରଙ୍କୁ ନିୟୋଜିତ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe