୫ ମାସ ପରେ ହେଜବୁଲ୍ଲା ନେତା ହାସନ ନସରଲ୍ଲାହଙ୍କୁ କବର

ପୂର୍ବତନ ହେଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାହଙ୍କ ମୃତ୍ୟୁର ପାଞ୍ଚ ମାସ ପରେ ରବିବାର ତାଙ୍କୁ କବର ଦିଆଯାଇଛି। ସଂଗଠନର କାର୍ଯ୍ୟନିର୍ବାହୀ ପରିଷଦର ଉପାଧ୍ୟକ୍ଷ ଅଲି ଦାମୌସ ଲୋକମାନଙ୍କୁ ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟାରେ ଯୋଗଦେବାକୁ ନିବେଦନ କରିଥିଲେ...

After 5 months, Hezbollah leader Hassan Nasrallah is buried

After 5 months, Hezbollah leader Hassan Nasrallah is buried Photograph: (Sambad.in)

ବେରୁଟ୍: ଲେବାନନର ରାଜଧାନୀ ବେରୁଟ୍‌ରେ ଇସ୍ରାଏଲୀ ବିମାନ ଆକ୍ରମଣରେ ନିହତ ପୂର୍ବତନ ହେଜବୁଲ୍ଲା ନେତା ହାସନ ନସରଲ୍ଲାହଙ୍କ ମୃତ୍ୟୁର ପାଞ୍ଚ ମାସ ପରେ ରବିବାର ତାଙ୍କୁ କବର ଦିଆଯାଇଛି। ଏହି ଅବସରରେ ବେରୁଟ୍‌ରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଇସ୍ରାଏଲୀ ବାୟୁସେନା ଆତଙ୍କବାଦୀ ସଂଗଠନର ମୁଖ୍ୟ ଅପରେସନ୍ ସେଣ୍ଟର ଉପରେ ୮୦ ରୁ ଅଧିକ ବୋମା ପକାଇଥିଲା, ଯେଉଁଥିରେ ନସରଲ୍ଲାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଇରାନ ସମର୍ଥିତ ହେଜବୁଲ୍ଲା ପାଇଁ ଏକ ବଡ଼ ଆଘାତ ଥିଲା।

ହେଜବୁଲ୍ଲାର ନେତା ନସରଲ୍ଲାହ,୩୦ ବର୍ଷରୁ ଅଧିକ ସମୟ ଧରି ସଂଗଠନର ନେତୃତ୍ୱ ନେଇଥିଲେ ଏବଂ ଏହାର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କର ଏହି ଅଞ୍ଚଳରେ ଇରାନ-ସମର୍ଥିତ ଗୋଷ୍ଠୀମାନଙ୍କ ମଧ୍ୟରେ ଗଭୀର ପ୍ରଭାବ ଥିଲା। ଲେବାନନ୍ ରାଜଧାନୀର ମୁଖ୍ୟ କ୍ରୀଡ଼ା ଷ୍ଟାଡିୟମରେ ତାଙ୍କ ଅନ୍ତିମ ସଂସ୍କାରରେ ଇରାନର ସଂସଦ ବାଚସ୍ପତି ମହମ୍ମଦ ବାଘେର କାଲିବାଫ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ସମେତ ଆଞ୍ଚଳିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ହେଜବୁଲ୍ଲାର ବରିଷ୍ଠ ଅଧିକାରୀ ଅଲି ଦାମୌସ ଶନିବାର ସାମ୍ବାଦିକମାନଙ୍କୁ କହିଥିଲେ ଯେ, ୬୫ଟି ଦେଶର ପ୍ରାୟ ୮୦୦ ପ୍ରମୁଖ ବ୍ୟକ୍ତିତ୍ୱ ଅନ୍ତିମ ସଂସ୍କାରରେ ଯୋଗଦେବେ। ଏହା ବ୍ୟତୀତ, ସାରା ବିଶ୍ୱରୁ ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଇସ୍ରାଏଲକୁ ଉଲ୍ଲେଖ କରି ଦାମୌସ କହିଛନ୍ତି ଯେ ପ୍ରତ୍ୟେକ ଘର, ଗାଁ ଏବଂ ସହରର ଲୋକମାନେ ଏକତ୍ରିତ ହୋଇ ଏହି ବାର୍ତ୍ତା ଦେବା ଉଚିତ ଯେ, ସଂଘର୍ଷ ଜାରି ରହିବ ଏବଂ ସେମାନେ କ୍ଷେତ୍ରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ହେଜବୁଲ୍ଲା ନେତା ହାସନ ନସରଲ୍ଲାହଙ୍କୁ ବେରୁଟ୍‌ରେ କବର ଦିଆଯାଇଛି। ଯେତେବେଳେ ଇସ୍ରାଏଲୀ ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ତାଙ୍କ ସମ୍ପର୍କୀୟ ଏବଂ ଉତ୍ତରାଧିକାରୀ ହାସେମ ସାଫିଦିନଙ୍କୁ ଦକ୍ଷିଣ ଲେବାନନରେ ତାଙ୍କ ଜନ୍ମସ୍ଥାନରେ କବର ଦିଆଯାଇଛି। ପ୍ରାରମ୍ଭରେ, ସୁରକ୍ଷା କାରଣରୁ ଉଭୟଙ୍କୁ ଅସ୍ଥାୟୀ ଭାବରେ ଗୁପ୍ତ ସ୍ଥାନରେ କବର ଦିଆଯାଇଥିଲା। ହେଜବୁଲ୍ଲା ଏହି ମାସର ଆରମ୍ଭରେ ତାଙ୍କର ସରକାରୀ ଅନ୍ତିମ ସଂସ୍କାର ପାଇଁ ଯୋଜନା ଘୋଷଣା କରିଥିଲା।

ଅଧିକ ପଢ଼ନ୍ତୁ: ଟ୍ରେନରୁ ତକିଆ କିମ୍ବା କମ୍ବଳ ଚୋରି କଲେ ଯିବାକୁ ପଡିପାରେ ଜେଲ

ଏକ ଟେଲିଭିଜନ ଭାଷଣରେ କାସେମ କହିଥିଲେ ଯେ, ହେଜବୁଲ୍ଲା  ଏବଂ ଇସ୍ରାଏଲ ମଧ୍ୟରେ ଦୁଇ ମାସ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ସମୟରେ ସୁରକ୍ଷା କାରଣରୁ ଅନ୍ତିମ ସଂସ୍କାର ହୋଇପାରି ନଥିଲା। ଏହି ଯୁଦ୍ଧ ୨୭ ନଭେମ୍ବରରେ ଶେଷ ହୋଇଥିଲା। ଏବେ ହେଜବୁଲ୍ଲା  ତାଙ୍କର ଫେବ୍ରୁଆରି ୨୩ ତାରିଖରେ ଅନ୍ତିମ ସଂସ୍କାର କରିଛି।

ହେଜବୁଲ୍ଲା  ନେତା ନସରଲ୍ଲାହଙ୍କୁ ବୈରୁଟର ଉପକଣ୍ଠରେ ପୁରୁଣା ଏବଂ ନୂତନ ବିମାନବନ୍ଦର ରାସ୍ତା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କବର ଦିଆଯିବ। ସାଫିଦ୍ଦାଇନଙ୍କୁ ଦକ୍ଷିଣ ଲେବାନନ୍‌ର ତାଙ୍କ ଜନ୍ମଭୂମି ଡେର କାନୁନରେ କବର ଦିଆଯାଇଛି। କାସିମ ସମର୍ଥକମାନଙ୍କୁ ଅନ୍ତିମ ସଂସ୍କାର ସମୟରେ ଆକାଶରେ ଗୁଳି ନ ଫୁଟାଇବାକୁ ନିବେଦନ କରିଥିଲେ। 

ଅଧିକ ପଢ଼ନ୍ତୁ: ହୋଲି ପୂର୍ବରୁ ଚାଷୀଙ୍କୁ ସରକାରଙ୍କ ବଡ଼ ଉପହାର: ୨୪ ଫେବ୍ରୁଆରିରେ ଆସିବ ପ୍ରଧାନମନ୍ତ୍ରୀ କିଷାନ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe